ମାଗଣାରେ ମିଳୁଛି ଘର

ମାଗଣାରେ ମିଳୁଛି ଘର
Ipsita Picture
By: Ipsita
Published On

 

ସ୍ପେନ୍ର ଏକ ଛୋଟ ଗାଁ ନିଜର କମୁଥିବା ଜନସଂଖ୍ୟାକୁ ବଞ୍ଚାଇବା ପାଇଁ ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଯେଉଁଠାରେ ନୂଆ କରି ଆସୁଥିବା ଲୋକମାନଙ୍କୁ ମାଗଣା ଘର ଏବଂ ଚାକିରିର ସୁଯୋଗ ଦିଆଯାଉଛି । ବାସ୍ତବରେ, ଏହି ଗାଁରେ ଏବେ ମାତ୍ର ୪୦ ଜଣ ଲୋକ ବାକି ରହିଛନ୍ତି । ସ୍ପେନ୍ର ଅନେକ ଗାଁରୁ ଯୁବପିଢ଼ି ପାଠପଢ଼ା ଏବଂ ଚାକିରି ପାଇଁ ବଡ଼ ବଡ଼ ସହରକୁ ଚାଲିଯାଉଥିବାରୁ ଏହି ଗାଁଗୁଡ଼ିକ ଧୀରେ ଧୀରେ ଜନଶୂନ୍ୟ ହେବାରେ ଲାଗିଛି । ସେଠାରେ ଥିବା ସ୍କୁଲ, ଛୋଟ ଦୋକାନ ବଜାର ତଥା ଅନ୍ୟାନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ବନ୍ଦ ହେବା ସ୍ଥିତିକୁ ଚାଲିଆସିଛି । ଯେଉଁଥିପାଇଁ ଗାଁକୁ ପୁନର୍ବାର ସଜୀବ କରିବାକୁ ଏଠାକୁ ନୂଆ ପରିବାର ଏବଂ ଶ୍ରମିକମାନଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି ସ୍ଥାନକୁ ଆସୁଥିବା ନୂଆ ଲୋକମାନଙ୍କୁ କମ୍ ଖର୍ଚ୍ଚରେ ଏକ ଶାନ୍ତ ପରିବେଶରେ ଜୀବନ ବିତାଇବାର ସୁଯୋଗ ମିଳିବା ସହ ସେମାନେ ଏକ ଛୋଟ ତଥା ପରସ୍ପର ସହ ଜଡ଼ିତ ସମୁଦାୟର ଅଂଶବିଶେଷ ହୋଇପାରିବେ । ନୂଆ ଲୋକଙ୍କ ଆଗମନ ଦ୍ୱାରା ଗାଁର ଖାଲି ପଡ଼ିଥିବା ଘରଗୁଡ଼ିକ ପୁଣି ଥରେ ବସତିରେ ପରିଣତ ହୋଇପାରିବ, ସ୍ଥାନୀୟ କାର୍ଯ୍ୟକଳାପ ଓ ବ୍ୟବସାୟ ବୃଦ୍ଧି ପାଇବ ଏବଂ ଗାଁର ଦୈନନ୍ଦିନ ଜୀବନଯାତ୍ରା ପୂର୍ବଭଳି ସ୍ୱାଭାବିକ ହୋଇ ଫେରିଆସିବ ।

Tags: