ଚନ୍ଦ୍ରରେ ହୋଟେଲ !

ଚନ୍ଦ୍ରରେ ହୋଟେଲ !
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କାଚ ବର୍ଷା ହେଉଥିବା ଗ୍ରହ

ଆମେରିକାର ଜଣେ ୨୨ ବର୍ଷୀୟ ଯୁବକ ଚନ୍ଦ୍ରରେ ହୋଟେଲ  ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣା ପଡିଛି । ଯୁବକଙ୍କର ଷ୍ଟାର୍ଟଅପ ଅଧିନରେ ୨୦୩୨ ପର୍ଯ୍ୟନ୍ତ ଚନ୍ଦ୍ରରେ ଏହା ନିର୍ମାଣ ହେବବୋଲି ସୂଚନା ରହିଛି । ଏହି ପ୍ରକଳ୍ପରେ ସ୍ପେସ ଏକ୍ସ ଓ ନିଭିଡିଆ ଇନ୍ଭେଷ୍ଟ କରିବେ । ତେବେ ଏହି ହୋଟେଲରେ ରହିବା ଲୋକଙ୍କୁ ଟିକେ ମହଙ୍ଗା ପଡିବ, ହୋଟେଲରେ ଗୋଟିଏ ରୁମ ଭଡାରେ ନେବାପାଇଁ ୮.୩ କୋଟି ଟଙ୍କା ଡିପୋଜିଟ କରିବାକୁ ହେବ । ଏହାପରେ ଅଲଗା ଭଡା ପାଇଁ ଅର୍ଥ ଲାଗିବ, ଯାହା ଏ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ । ତେବେ ଆଲୋଚନା ଅନୁସାରେ ଗୋଟିଏ ରାତିପାଇଁ ପାଖାପାଖି ୩.୪ କୋଟିରୁ ୮୩ କୋଟି ରହିବ । ପ୍ରଥମରୁ କରାଯାଇଥିବା ଡିଜାଇନ ଅନୁସାରେ ଏହାକୁ ପବନରେ ଫୁଲିପାରୁଥିବା ବେଲୁନ ଭଳି କରାଯାଇଛି । ଡିଜାଇନ ଅନୁସାରେ ଏଥିରେ ୪ଜଣ ପର୍ଯ୍ୟଟକ ରହିପାରିବେ । ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ କମ୍ପାନୀ ରୋବଟିକ ଟେକନୋଲୋଜି ବ୍ୟବହାର କରିବ ବୋଲି ଜଣାପଡିିଛି । ଏହି ଟେକ୍ନୋଲୋଜି ସହାୟତାରେ ଚନ୍ଦ୍ରର ମାଟି ଇଟାରେ ପରିବର୍ତ୍ତିତ ହୋଇପାରିବ, ଯାହାକୁ ବ୍ୟବହାର କରି ଏଠାରେ ଖୁବ ମଜବୁତ ହୋଟେଲର ନିର୍ମାଣ ହେବ । ସେହିଭଳି ଏହି ହୋଟେଲର ଡିଜାଇନ ସେନଫ୍ରାନ୍ସିସ୍କୋର ପ୍ରସିଦ୍ଧ ପ୍ୟାଲେସ ଅଫ ଫାଇନ ଆର୍ଟସ ଠାରୁ ପ୍ରେରିତ ହେବ ବୋଲି ଚର୍ଚ୍ଚା ହେଉଛି । କମ୍ପାନୀ ନିଜର ପ୍ରଥମ ଟେଷ୍ଟ ମିଶନ ୨୦୨୯ରେ ଚନ୍ଦ୍ରକୁ ପଠାଇବ ଯେଉଁଥିରେ ଚନ୍ଦ୍ରର ମାଟିର ବିଭିନ୍ନ ପରୀକ୍ଷା କରାଯିବ । ଯଦି ସମସ୍ତ ପ୍ରକ୍ରିୟା ସଠିକ ଢଙ୍ଗରେ ହୁଏ ତେବେ ୨୦୩୨ ସୁଦ୍ଧା ଏହି ହୋଟେଲ ଗୁ଼ିକ ନିର୍ମାଣ ହୋଇଯିବ ।

ସମ୍ବନ୍ଧିତ ଖବର ଜାତୀୟ ପର୍ଯ୍ୟଟନ ଦିବସ

Tags: