ହଟ୍‌ପଟ୍‌ ବାଥ

ଚୀନରେ ବର୍ତ୍ତମାନ ଏକ ଟ୍ରେଣ୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଲୋକମାନେ ଲଙ୍କା ଓ ଅନ୍ୟ ବିଭିନ୍ନ ପରିବାକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଗରମ ସୁପ୍‌ରେ ଗାଧୋଉଥିବାର ଦେଖିବାକୁ ମିଳୁଛି । ଏହି ଟ୍ରେଣ୍ଡ ଚାଇନିଜ ମେଡିସିନ ଟିସିଏମରୁ ପ୍ରେରିତ ହୋଇଛି । ଏକ ଲୋକକଥା ଅନୁସାରେ ଗରମ ସୁପ୍‌ରେ ଗାଧୋଇବା ଦେହ ପାଇଁ ଭଲ ହୋଇଥାଏ । ଚୀନର ହର୍ବିନ ସହରରେ ଥିବା ଏକ ରିସୋର୍ଟରେ ଅକେଫାବର ମାସରେ […]

ହଟ୍‌ପଟ୍‌ ବାଥ
Samaya Live Picture
Published On

ଚୀନରେ ବର୍ତ୍ତମାନ ଏକ ଟ୍ରେଣ୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଲୋକମାନେ ଲଙ୍କା ଓ ଅନ୍ୟ ବିଭିନ୍ନ ପରିବାକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଗରମ ସୁପ୍‌ରେ ଗାଧୋଉଥିବାର ଦେଖିବାକୁ ମିଳୁଛି । ଏହି ଟ୍ରେଣ୍ଡ ଚାଇନିଜ ମେଡିସିନ ଟିସିଏମରୁ ପ୍ରେରିତ ହୋଇଛି । ଏକ ଲୋକକଥା ଅନୁସାରେ ଗରମ ସୁପ୍‌ରେ ଗାଧୋଇବା ଦେହ ପାଇଁ ଭଲ ହୋଇଥାଏ । ଚୀନର ହର୍ବିନ ସହରରେ ଥିବା ଏକ ରିସୋର୍ଟରେ ଅକେଫାବର ମାସରେ ହଟ୍‌ପଟ୍‌ ବାଥର ଆରମ୍ଭ ହୋଇଥିଲା । ଏଠାରେ ୫ ମିଟର ଚଉଡା ସ୍ପ୍ରିଂ ପୁଲର ନିର୍ମାଣ କରାଯାଇଥିଲା । ଯେଉଁଥିରେ ଗୋଟିଏ ପଟ ଲାଲ ଥିବାବେଳେ ଗୋଟିଏ ପଟ ଧଳା ରହିଥିଲା । ଲୋକମାନେ ରିଲାକ୍ସ ହେବା ବା ନିଜର ଷ୍ଟ୍ରେସ କମାଇବା ପାଇଁ ଏହି ହଟ୍‌ପଟ୍‌ ବାଥକୁ ବେଶି ଆପଣାଉଥିବା ଦେଖିବାକୁ ମିଳୁଛି । ତେବେ ଏହାକୁ ନେଇ କୌଣସି ଡାକ୍ତରୀ ମତ ସାମନାକୁ ଆସିନାହିଁ ।

Tags: