ଘୋଡାଚଢି ଜନଗଣନା

ଘୋଡାଚଢି ଜନଗଣନା
Ipsita Picture
By: Ipsita
Published On

 

ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସରକାରୀ ଶିକ୍ଷକଙ୍କ ନିଆରା ପ୍ରୟାସ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପେଟ୍ରୋଲର ମୂଲ୍ୟ ବୃଦ୍ଧି ଏବଂ ଇନ୍ଧନ ସମସ୍ୟା ଯୋଗୁଁ ଗାଁ ଗାଁ ବୁଲି ଜନଗଣନା କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେବେ ଶିକ୍ଷକ ଜଣଙ୍କ ଏହାର ଏକ ଅଭିନବ ସମାଧାନ ଖୋଜି ବାହାର କରିଛନ୍ତି । ସେ ମୋଟରସାଇକେଲ ବଦଳରେ ଘୋଡ଼ା ଚଢ଼ି ସରକାରୀ ଦାୟିତ୍ୱ ତୁଲାଇବାକୁ ଗାଁକୁ ଗାଁ ବୁଲୁଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି  ।  ଜରୁରୀକାଳୀନ କାଗଜପତ୍ର ସହ ଯେତେବେଳେ ସେ ଘୋଡ଼ାରେ ବସି ଗ୍ରାମରେ ପହଞ୍ଚିଥିଲେ, ଗ୍ରାମବାସୀମାନେ ତାଙ୍କର ଏହି ନିଆରା ଅନ୍ଦାଜକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଲୋକଙ୍କର ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ତାଙ୍କର ଏପରି କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।

Tags: