ଚୋରାଚାଲାଣ ଅଭିଯୋଗରେ ଘୋଡା ଅଟକ

ଚୋରାଚାଲାଣ ଅଭିଯୋଗରେ ଘୋଡା ଅଟକ
Ipsita Picture
By: Ipsita
Published On

 

ବିହାରର ମୋତିହାରୀସ୍ଥିତ ପହାଡ଼ପୁର ଥାନା ପୋଲିସ ମଦ ଚୋରା ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କ ସହ ଏକ ଘୋଡ଼ାକୁ ଅଟକ ରଖି ଥାନାକୁ ନେଇଛି । ପୋଲିସ ସୂଚନା ଆଧାରରେ ଘେରାବନ୍ଦୀ କରି ନୌତନ ନିବାସୀ ରାହୁଲ କୁମାର ନାମକ ଯୁବକଙ୍କୁ ଘୋଡ଼ା ସହ ଧରିଥିଲା ।  ଘୋଡା ପିଠିରେ ଲଦାଯାଇଥିବା ଅଖାରୁ ୫୨.୫୬୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ରାହୁଲ ପୂର୍ବରୁ ବାହାଘର ପାଇଁ ଘୋଡ଼ା ଭଡ଼ାରେ ଦେଉଥିବା ବେଳେ ବାହାଘର ଋତୁ ଶେଷ ହେବା ପରେ ଆର୍ଥିକ ସଙ୍କଟର ସାମ୍ନା କରିଥିଲେ । ତେବେ ବିହାରରେ ମଦ ନିଷେଧ ଥିବାରୁ କାହାର ସନ୍ଦେହ ହେବ ନାହିଁ ଭାବି ଘୋଡ଼ାରେ ଉତ୍ତର ପ୍ରଦେଶରୁ ମଦ ଚୋରା ଚାଲାଣ ଆରମ୍ଭ କରିଥିଲେ । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଯୁବକଙ୍କ ସହ ଘୋଡ଼ାଟିକୁ ପୋଲିସ ହେପାଜତରେ ରଖି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Tags: