ହୋମୱାର୍କ ନିୟମ

ହୋମୱାର୍କ ନିୟମ
Ipsita Picture
By: Ipsita
Published On

 

ଚୀନ୍ ସରକାର ସ୍କୁଲ ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଚାପ ହ୍ରାସ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅଧିନରେ ଅତ୍ୟଧିକ ହୋମୱାର୍କ ଏବଂ ବାରମ୍ବାର ପରୀକ୍ଷା କରିବା ଉପରେ ରୋକ୍ ଲଗାଯାଇଛି। ପିଲାମାନଙ୍କ ମଧ୍ୟରେ ବଢୁଥିବା ଅନିଦ୍ରା, ଅବସାଦ ଏବଂ ଚିନ୍ତା ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ଯାହାଦ୍ୱାରା ଶିକ୍ଷାର ବୋଝ କମିବା ସହ ସେମାନେ ଖୋଲାଖୋଲି ଭାବେ ଖେଳକୁଦ କରିପାରିବେ । ଏହି ନୂତନ ଯୋଜନା ଅନୁଯାୟୀ, ପାରମ୍ପରିକ ଛୁଟି ବ୍ୟତୀତ ପିଲାମାନଙ୍କୁ ଅନ୍ୟ ସ୍ୱତନ୍ତ୍ର ଛୁଟି ମଧ୍ୟ ମିଳିବ। ପୂର୍ବରୁ ମଧ୍ୟ ଚୀନ୍ ସରକାର ହୋମୱାର୍କ କମାଇବା ଏବଂ ପିଲାମାନଙ୍କୁ ଦୈନିକ ଅତିକମରେ ୨ ଘଣ୍ଟା ଖେଳିବାକୁ ସମୟ ଦେବା ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବା ସହ ପିଲାମାନଙ୍କୁ କେବଳ ପାଠପଢ଼ା ଚାପରୁ ମୁକ୍ତ କରିବା ନୁହେଁ, ବରଂ ସେମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ।

Tags: