ହୋଲି ପରେ ନିଅନ୍ତୁ ତ୍ବଚାର ଯତ୍ନ

ହୋଲି ପରେ ନିଅନ୍ତୁ ତ୍ବଚାର ଯତ୍ନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କ୍ୟାଟ ଫିଡିଂ ସର୍ଭିସ

ହୋଲି ଖେଳିବାର କିଛି ଦିନ ପରେ ମଧ୍ୟ ଚର୍ମ ଏବଂ କେଶରେ ରଙ୍ଗର ପ୍ରଭାବ ରହିଥାଏ। ତେଣୁ ଏହାର କିଛି ବିଶେଷ ଯତ୍ନ ନେବା ଆବଶ୍ୟକ, ଯାହାଫଳରେ ଚର୍ମର ପ୍ରାକୃତିକ ଚମକ ଫେରିଆସିବ ଏବଂ କୌଣସି ଆଲର୍ଜି ହେବାର ଆଶଙ୍କା ମଧ୍ୟ ରହିବ ନାହିଁ ।

ସମ୍ବନ୍ଧିତ ଖବର ନିଆରା ଟ୍ରେଣ୍ଡ

_ ହୋଲିର ପରେ ଚର୍ମର ଲୋମକୂପରେ ଜମି ରହିଥିବା ଜିଦ୍ଖୋର ରଙ୍ଗ ଏବଂ ମୃତ କୋଷ ବାହାର କରିବା ଜରୁରୀ।ତେଣୁ ଏଥିପାଇଁ କୌଣସି କଠୋର ସ୍କ୍ରବ୍ ବଦଳରେ ଘରୋଇ ସ୍କ୍ରବ୍ ବ୍ୟବହାର କରନ୍ତୁ। ଚାଉଳ ଗୁଣ୍ଡ ସହ ଦହି କିମ୍ବା ମସୁର ଡାଲି ବଟାକୁ ମୁହଁ ଓ ଶରୀରରେ ଧୀରେ ଧୀରେ ଘଷନ୍ତୁ। ଏହା ଚର୍ମକୁ ଡିପ୍ କ୍ଲିନ୍ କରିବାସହିତ ରଙ୍ଗ ଦୂର କରିବ ।

ସମ୍ବନ୍ଧିତ ଖବର କାହିଁକି ଶୁଖିଛି ମଙ୍ଗଳ

_ ଶାମ୍ପୁ କରିବାର ଗୋଟିଏ ଦିନ ପରେ ମଧ୍ୟ ରଙ୍ଗ କାରଣରୁ କେଶ ରୁକ୍ଷ ଲାଗିପାରେ। ତେଣୁ କେଶର ଆର୍ଦ୍ରତା ଫେରାଇ ଆଣିବା ପାଇଁ ଏକ ହେୟାର ମାସ୍କ ଲଗାନ୍ତୁ। ଦହି, ମହୁ ଏବଂ ପାଚିଲା କଦଳୀକୁ ମିଶାଇ କେଶରେ ୨୦-୩୦ ମିନିଟ୍ ରଖନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ। ଏହା କେଶକୁ ମୂଲାୟମ ଓ ସାଇନିଂ କରିବ।

_ ଯଦି ଚର୍ମରେ କୁଣ୍ଡେଇ ହେଉଛି କିମ୍ବା ନାଲି ପଡ଼ିଯାଇଛି, ତେବେ ଏଥିପାଇଁ ବେସନ, ହଳଦୀ, ଗୋଲାପ ଜଳ ଏବଂ ଟିକେ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ୧୫ ମିନିଟ୍ ଲଗାଇ ଧୋଇ ଦିଅନ୍ତୁ। ଏହା ରଙ୍ଗ ଛଡ଼ାଇବାରେ ସାହାଯ୍ୟ କରିବା ସହ ଟ୍ୟାନିଂ ମଧ୍ୟ ଦୂର କରିବ।

_ହୋଲି ଖେଳିବାର ୨-୩ ଦିନ ପର୍ଯ୍ୟନ୍ତ ଚର୍ମ ବହୁତ ସମ୍ବେଦନଶୀଳ ଥାଏ। ଏଥିପାଇଁ ହୋଲିର ପରଦିନ ଫେସିଆଲ୍, ବ୍ଲିଚ୍, କିମ୍ବା କେଶରେ କୌଣସି ରଙ୍ଗ କରନ୍ତୁ ନାହିଁ। ଏହା ଦ୍ୱାରା ଚର୍ମରେ ରାସାୟନିକ ପ୍ରତିକ୍ରିୟା ହୋଇ କ୍ଷତି ପହଞ୍ଚିପାରେ।

_ ଓଠ ଏବଂ ଆଖି ଚାରିପାଖର ଚର୍ମ ଅଧିକ ପତଳା ହୋଇଥାଏ, ଯେଉଁଠି ରଙ୍ଗ ଶୀଘ୍ର ଛାଡେ ନାହିଁ। ଏଥିପାଇଁ ଓଠରେ ଭଲ ଭାବେ ଲିପ୍ ବାମ କିମ୍ବା ଘିଅ ଲଗାନ୍ତୁ। ଆଖିର ଥକାପଣ ଦୂର କରିବା ପାଇଁ କାକୁଡ଼ି ଚେପା ଆଖି ଉପରେ ରଖନ୍ତୁ।

Tags: