ଉଚ୍ଚରକ୍ତଚାପ ଓ ଦହି

ଉଚ୍ଚରକ୍ତଚାପ ଓ ଦହି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ହୋଲି ପରେ ନିଅନ୍ତୁ ତ୍ବଚାର ଯତ୍ନ

ଆଜିକାଲି ଜୀବନଶୈଳୀ ପାଇଁ ଉଚ୍ଚ ରକ୍ତଚାପ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି, ଯାହାକୁ ନିୟନ୍ତ୍ରଣ କରିବାକୁ ସମସ୍ତେ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ତେବେ ଏହାକୁ ନିୟନ୍ତ୍ରଣ କରିବାରେ ଦହି ଏକ ଅତ୍ୟନ୍ତ ଉପକାରୀ ଖାଦ୍ୟ। ଏଥିରେ ଥିବା ବିଭିନ୍ନ ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ସ୍ବାଭାବିକ କରିବାରେ ସାହାଯ୍ୟ କରେ ।

ସମ୍ବନ୍ଧିତ ଖବର ବଢୁଛି ବ୍ରହ୍ମାଣ୍ଡ

ପୋଟାସିୟମ : ଦହିରେ ପ୍ରଚୁର ପରିମାଣରେ ପୋଟାସିୟମ ଥାଏ। ପୋଟାସିୟମ ଶରୀରରୁ ଅଧିକ ସୋଡିୟମକୁ ବାହାର କରିବାରେ ସାହାଯ୍ୟ କରେ । ଯେତେବେଳେ ଶରୀରରେ ସୋଡିୟମର ମାତ୍ରା କମିଯାଏ, ରକ୍ତବାହିକା ଉପରେ ଚାପ ହ୍ରାସ ପାଇଥାଏ, ଯାହା ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରହେ ।

ସମ୍ବନ୍ଧିତ ଖବର ଭିଡିଓକଲ ସମୟରେ ଦିଅନ୍ତୁ ଧ୍ୟାନ

କ୍ୟାଲସିୟମ : ରକ୍ତବାହିକାଗୁଡ଼ିକର ସଂକୋଚନ ଏବଂ ପ୍ରସାରଣ ପାଇଁ କ୍ୟାଲସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଦହିରୁ ମିଳୁଥିବା କ୍ୟାଲସିୟମ ରକ୍ତବାହିକାକୁ ନମନୀୟ ରଖିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ରକ୍ତ ସଞ୍ଚାଳନ ସହଜ ହୁଏ ଏବଂ ବିପି ବଢ଼ିବାର ଆଶଙ୍କା କମିଯାଏ ।

ପ୍ରୋବାୟୋଟିକ୍ସ : ଦହି ହେଉଛି ଏକ ପ୍ରାକୃତିକ ପ୍ରୋବାୟୋଟିକ୍ । ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଅନ୍ତନଳୀରେ ଥିବା ପ୍ରୋବାୟୋଟିକ ଏବଂ ରକ୍ତଚାପ ମଧ୍ୟରେ ଏକ ସମ୍ପର୍କ ରହିଛି । ନିୟମିତ ଦହି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହେ ଏବଂ ଏହା ପରୋକ୍ଷରେ ରକ୍ତଚାପକୁ କମାଇବାରେ ସାହାଯ୍ୟ କରେ ।

ମ୍ୟାଗ୍ନେସିୟମ : ଦହିରେ ମ୍ୟାଗ୍ନେସିୟମ ମଧ୍ୟ ରହିଥାଏ,  ଯାହା ରକ୍ତବାହିକାକୁ ରିଲାକ୍ସ କରିବାରେ ସାହାଯ୍ୟ କରେ । ଯଦି ରକ୍ତବାହିକାଗୁଡ଼ିକ ସଙ୍କୁଚିତ ନହୋଇ ସ୍ଥିର ରହନ୍ତି, ତେବେ ରକ୍ତ ପ୍ରବାହ ସମୟରେ ହୃଦୟ ଉପରେ ଅଧିକ ଚାପ ପଡ଼େ ନାହିଁ ।

ଓଜନ ନିୟନ୍ତ୍ରଣ : ମୋଟାପଣ ହେଉଛି ଉଚ୍ଚ ରକ୍ତଚାପର ଏକ ମୁଖ୍ୟ କାରଣ। ଦହି ଖାଇବା ଦ୍ୱାରା ପେଟ ଅଧିକ ସମୟ ପର୍ଯ୍ୟନ୍ତ ଭର୍ତ୍ତି ରହିଥାଏ, ଯାହା ଅଧିକ ଖାଇବାରୁ ରୋକିଥାଏ । ଏହା ଶରୀରର ମେଟାବୋଲିଜିମ ବଢ଼ାଇ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ଯାହା ଫଳରେ ରକ୍ତଚାପ ସନ୍ତୁଳିତ ରହେ ।

Tags:

Related Posts