ହାଇଟେକ ହିଜାବ

ହାଇଟେକ ହିଜାବ
Ipsita Picture
By: Ipsita

ବ୍ରିଟେନ ପୋଲିସ ମୁସଲିମ ମହିଳାଙ୍କ ଅଧିକାରର ସୁରକ୍ଷାପାଇଁ ଏକ ହାଇଟେକ ହିଜାବର ଲଞ୍ଚ କରିଛି । ଯାହାର ନାଁ ରହିଛି ବ୍ଲì ଲାଇଟ ହିଜାବ । ଏହି ହିଜାବର ଅନେକ ସ୍ୱତନ୍ତ୍ରତା ରହିଛି । ଏହି ହିଜାବକୁ ଦୁଇଟି ଭାଗରେ ନିର୍ମାଣ କରାଯାଇଛି । ଏହାର ପ୍ରତ୍ୟେକ ଅଂଶ ଚୁମ୍ବକ ସହିତ ଜଡିତ ଥାଏ । ମୁହଁକୁ ଘୋଡି ହେଉ ରହୁଥିବା କପଡାଟି ମୁଣ୍ଡକୁ ଘୋଡାଉଥିବା କପଡା ସହିତ ଲାଗି ରହିଥାଏ । ଏହି କ୍ୱିକ ରିଲିଜ ସିଷ୍ଟମରେ କାମ କରିଥାଏ । ଏହାର ଅର୍ଥ ମୁଣ୍ଡରୁ କପଡା ନହଟାଇ ବାହାର କପଡାକୁ ଖୁବ ସହଜରେ ଅଲଗା କରିହେବ । ଏହାର ଉଦ୍ଦେଶ୍ୟ ମହିଳା ପୋଲିସଙ୍କୁ ସୁରକ୍ଷା ଦେବା । ଡ୍ୟୁଟି ସମୟରେ ହିଜାବ କାରଣରୁ ହେଉଥିବା କ୍ଷତି କମ ହେବ । ପ୍ରତି ମହିଳାଙ୍କୁ ଏହା ସୁରକ୍ଷା ଯୋଗାଇବ । ସେହିଭଳି ଏହି ସୁରକ୍ଷା ମିଳିବା ପରେ ମହିଳାମାନେ ଅଧିକ ସଂଖ୍ୟାରେ ପୋଲିସରେ ଯୋଗ ଦେବାକୁ ମନ ବଳାଇବେ ବୋଲି ମତ ପ୍ରକାଶ ପାଇଛି । ସେହିଭଳି ମହିଳା ପୋଲିସଙ୍କୁ ମଧ୍ୟ ଏନେଇ ଅନୁମତି ମିଳିସାରିଛି । ଏହି ହିଜାବ ମଡେଲକୁ ପାଖାପାଖି ୨୦ ବର୍ଷ ପୂର୍ବରୁ ଡିଜାଇନ କରାଯାଇଥିଲା ।

ସମ୍ବନ୍ଧିତ ଖବର ରୋବଟକୁ ହେବ କଷ୍ଟ

Tags: