ସାହାରା ପାଲଟିଛି ଏଆଇ
ଚୀନ୍ରେ ଏକ ଅଦ୍ଭୁତ ତଥା ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ଜଣେ ବୃଦ୍ଧା ମା'ଙ୍କୁ ତାଙ୍କ ପୁଅର ମୃତ୍ୟୁ ଖବରରୁ ରକ୍ଷା କରିବା ପାଇଁ ପରିବାର ଲୋକେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସାହାଯ୍ୟ ନେଇଛନ୍ତି । ସୂଚନା ଅନୁସାରେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ୮୦ ବର୍ଷୀୟା ମା' ଜଣେ ହୃଦରୋଗୀ ହୋଇଥିବାରୁ ଏହି ଦୁଃଖଦ ଖବର ତାଙ୍କୁ ଜଣାଯାଇ ନଥିଲା । ମୃତକଙ୍କ ପୁଅ ଜିଆଙ୍ଗସୁର ଜଣେ ଏଆଇ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି ନିଜ ପିତାଙ୍କ ପୁରୁଣା ଫଟୋ, ଭିଡିଓ ଓ ଅଡିଓ ସାମ୍ପଲ୍ ସାହାଯ୍ୟରେ ଏକ 'ଏଆଇ ଭର୍ଜନ' ତିଆରି କରିଛନ୍ତି । ଏହି ଏଆଇ ପୁଅ ଦେଖିବାକୁ ଏବଂ କଥା କହିବାର ଶୈଳୀରେ ସମ୍ପୂର୍ଣ୍ଣ ଅସଲି ମଣିଷ ପରି ମନେହୁଏ । ବର୍ତ୍ତମାନ ଏହି ଏଆଇ ପୁଅ ପ୍ରତିଦିନ ଭିଡିଓ କଲ୍ ଜରିଆରେ ମା'ଙ୍କ ସହ କଥା ହେଉଛି, ଯେଉଁଥିରେ ମା' ନିଜ ପୁଅ ସହ କଥା ହେଉଥିବା ଭାବି ଖୁସିରେ ସମୟ ବିତାଉଛନ୍ତି। ଟେକ୍ନୋଲୋଜିର ଏହି ଅଭିନବ ପ୍ରୟୋଗ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ବିଭିନ୍ନ ନକାରାତ୍ମକତା ଭିତରେ ଏହି ସକାରାତ୍ମକତା ଚର୍ଚ୍ଚାର ବିଷୟ ପାଲଟିଛି ।



