ସୁସ୍ଥ ଜୀବନଶୈଳୀ

ସୁସ୍ଥ ଜୀବନଶୈଳୀ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କାଚ ବର୍ଷା ହେଉଥିବା ଗ୍ରହ

ସମ୍ବନ୍ଧିତ ଖବର ରାଜ୍ୟରେ ବନ୍ଦ ହେଲା ତମ୍ବାଖୁ

ଗର୍ଭାବସ୍ଥା ଜଣେ ମହିଳାଙ୍କ ଜୀବନର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସମୟ । ଏହି ସମୟରେ ମାର ସ୍ୱାସ୍ଥ୍ୟ ସହିତ ଶିଶୁର ବିକାଶ ସମ୍ପୂର୍ଣ୍ଣ ଭାବେ ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ତେଣୁ ଜଣେ ଗର୍ଭବତୀ ମହିଳାଙ୍କୁ ଉକ୍ତ ସମୟରେ ଏକ ସୁସ୍ଥ ଜୀବନଶୈଳୀ ଅନୁକରଣ କରିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର ଅପରିଷ୍କାର ଗା଼ଡି ଚଲାଇଲେ ଜରିମାନା

 

୧. ସନ୍ତୁଳିତ ଏବଂ ପୁଷ୍ଟିକର ଆହାର

ଗର୍ଭାବସ୍ଥାରେ ଖାଦ୍ୟପେୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ସବୁଜ ପନିପରିବା ଓ ଫଳ ଯେପରି ପାଳଙ୍ଗ, ବ୍ରୋକୋଲି ଏବଂ ବିଭିନ୍ନ ପ୍ରକାରର ରଙ୍ଗୀନ ପନିପରିବା ଖାଆନ୍ତୁ । ସେହିପରି ସେଓ, କଦଳୀ, କମଳା ଏବଂ ଡାଳିମ୍ବ ପରି ଫଳ ଶରୀରକୁ ଭିଟାମିନ୍ ଯୋଗାଇଥାଏ । ଡାଲି ଜାତୀୟ ଶସ୍ୟ, ଅଣ୍ଡା, ବିଟ୍ ପନିର, ଖୀର, ଦହି ଏବଂ ସୋୟାବିନ ନିଜ ଖାଦ୍ୟରେ ସାମିଲ କରନ୍ତୁ।

୨. ହାଇଡ୍ରେଟ ରୁହନ୍ତୁ

ଗର୍ଭାବସ୍ଥାରେ ଶରୀରରେ ଜଳୀୟ ଅଂଶ କମିବା ଉଚିତ୍ ନୁହେଁ । ଦିନକୁ ଅତିକମରେ ୮ ରୁ ୧୦ ଗ୍ଲାସ ପାଣି ପିଅନ୍ତୁ ।

ପାଣି ସହିତ ନଡ଼ିଆ ପାଣି, ତାଜା ଫଳ ରସ ଏବଂ ଘୋଳ ଦହି ପିଇବା ଦ୍ୱାରା ଶରୀରରେ ଶକ୍ତି ରହିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ।

୩. ନିୟମିତ ବ୍ୟାୟାମ ଓ ଯୋଗ

ଏହି ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସକାଳେ ଏବଂ ସନ୍ଧ୍ୟାରେ ୧୫ ରୁ ୨୦ ମିନିଟ୍ ଧୀରେ ଧୀରେ ଚାଲନ୍ତୁ । ଏହା ରକ୍ତ ସଞ୍ଚାଳନ ପାଇଁ ଭଲ । ଏହାସହ ଯୋଗ ମଧ୍ୟ କରିପାରିବେ । ହେଲେ ଯାହା କିଛି କରୁଛନ୍ତି ପ୍ରଥମେ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ତାପରେ କରନ୍ତୁ ।

୪. ପର୍ଯ୍ୟାପ୍ତ ବିଶ୍ରାମ

ଗର୍ଭାବସ୍ଥାରେ ଶରୀର ଶୀଘ୍ର ଥକିଯାଏ, ତେଣୁ ବିଶ୍ରାମ ଅତି ଆବଶ୍ୟକ । ରାତିରେ ଅତିକମରେ ୮ ଘଣ୍ଟା ଶୋଇବା ସହ ଦିନବେଳା ୧ ରୁ ୨ ଘଣ୍ଟା ବିଶ୍ରାମ ନେବା ଉଚିତ୍ ।  ଏହାଦ୍ବାରା ଆପଣ ଆରାମ ଓ ସତେଜ ଅନୁଭବ କରିବେ ।

୫. ସକାରାତ୍ମକ ଚିନ୍ତାଧାରା

ମାର ମାନସିକ ସ୍ଥିତିର ପ୍ରଭାବ ଶିଶୁର ସ୍ୱଭାବ ଉପରେ ପଡ଼ିଥାଏ। ଅଧିକ ଚିନ୍ତା ବା ଷ୍ଟ୍ରେସ୍ ନିଅନ୍ତୁ ନାହିଁ । ଭଲ ବହି ପଢ଼ନ୍ତୁ, ଶାନ୍ତ ସଙ୍ଗୀତ ଶୁଣନ୍ତୁ ଏବଂ ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ ।

୬. ନିୟମିତ ଡାକ୍ତରୀ ଯାଞ୍ଚ

ଡାକ୍ତର ଦେଇଥିବା ତାରିଖ ଅନୁସାରେ ନିୟମିତ ଚେକଅପ୍ ପାଇଁ ଯାଆନ୍ତୁ । ରକ୍ତଚାପ  ଏବଂ ଓଜନ ନିୟମିତ ଯାଞ୍ଚ କରନ୍ତୁ । ନିଜ ଇଚ୍ଛାରେ କୌଣସି ଔଷଧ ଖାଆନ୍ତୁ ନାହିଁ ଡାକ୍ତରଙ୍କ ପରାମର୍ଶରେ ସମସ୍ତ କାର୍ଯ୍ୟ କରନ୍ତୁ ।

Tags: