ଚାଲିବା ଗତିରୁ ଜାଣିହେବ ସ୍ବାସ୍ଥ୍ୟ ସମସ୍ୟା
ଚାଲିବାର ଗତି କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟ, ହୃତପିଣ୍ଡ, ଫୁସ୍ଫୁସ୍, ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀର ସ୍ଥିତିକୁ ଦର୍ଶାଉଥିବା ଏକ ପ୍ରମୁଖ 'କ୍ଲିନିକାଲ୍ ବାୟୋମାର୍କର୍' ବା ସ୍ୱାସ୍ଥ୍ୟ ସଙ୍କେତ। ଡାକ୍ତରମାନେ ଏହାକୁ ଶରୀରର ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବେ ଗ୍ରହଣ କରିଥାଆନ୍ତି । ଗବେଷଣା ଅନୁଯାୟୀ, ଧୀର ଗତିରେ ଚାଲୁଥିବା ଲୋକଙ୍କଠାରେ ସ୍ମରଣଶକ୍ତି ହ୍ରାସ ଓ ଡିମେନ୍ସିଆର ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥାଏ । ସେହିପରି 'ଆପଲ୍ ହିଅରିଂ ଷ୍ଟଡି' ଅନୁଯାୟୀ, ଶ୍ରବଣ ଶକ୍ତି କମ୍ ଥିବା ବ୍ୟକ୍ତି, ବିଶେଷ କରି ୬୦ ବର୍ଷରୁ ଅଧିକ ବୟସ୍କଙ୍କ ଚାଲିବାର ଗତି ଅପେକ୍ଷାକୃତ ଧୀର ହୋଇଥାଏ । ବୟସ ଅନୁସାରେ ଜଣେ ସାଧାରଣ ବ୍ୟକ୍ତିର ଚାଲିବା ବେଗ ଘଣ୍ଟାପ୍ରତି ୨.୧ ରୁ ୩ ମାଇଲ୍ ମଧ୍ୟରେ ରହିବା ସ୍ୱାଭାବିକ । ତେବେ ବୟସ ତୁଳନାରେ ଅଧିକ ଧୀର ଚାଲିବା ମାଂସପେଶୀର ଦୁର୍ବଳତା, ହୃଦ୍ରୋଗ, ଫୁସ୍ଫୁସ୍ ସମସ୍ୟା କିମ୍ବା ବୟସାଧିକ ପ୍ରକ୍ରିୟା ଦ୍ରୁତ ହେବାର ପୂର୍ବାନୁମାନ କରିଥାଏ ।
Tags:




