ବିବାହ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ

ବିବାହ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ରୋବଟକୁ ହେବ କଷ୍ଟ

ଓମାନରେ ବିବାହ ପୂର୍ବରୁ ବର୍ତ୍ତମାନ ସ୍ବାସ୍ଥ୍ୟ ପରୀକ୍ଷାକୁ ଜରୁରୀ କରାଯାଇଛି । ବାହାଘର ଆଗରୁ ସମସ୍ତ ଦମ୍ପତିଙ୍କୁ ଫିଟନେସ ସାର୍ଟିଫିକେଟ ଦେଖେଇବାର ଆବଶ୍ୟକତା ରହିଛି । ଏହି ଆଦେଶକୁ ସୁଲ୍ତାନା ହ୍ୟାଥମ ବିନ ତାରିକ ୧ ଜାନୁଆରୀରୁ ଲାଗୁ କରିଥିବା ଜଣା ପଡିଛି । ଏହା କେବଳ ଓମାନ ଅଧିବାସୀଙ୍କ ପାଇଁ ନୁହେଁ ଏଠାରେ ରହୁଥିବା ସମସ୍ତ ବିଦେଶୀଙ୍କ ଉପରେ ମଧ୍ୟ ଲାଗୁ ହେଉଛି । ଯେଉଁ ବିଦେଶୀମାନେ ଓମାନ ବାସିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସେମାନେ ଏହି ସାର୍ଟିଫିକେଟ ଦେବା ବାଧ୍ୟତା ମୂଳକ । ଏହି ସାର୍ଟିଫିକେଟ ପାଇଁ ଦୁଇ ପ୍ରକାରର ଟେଷ୍ଟ କରିବାର ନିୟମ ରହିଛି । ପ୍ରଥମଟି ହେଉଛି ରକ୍ତ ପରୀକ୍ଷା ଓ ଦ୍ବିତୀୟଟି ହେଉଛି ସଂକ୍ରାମକ ରୋଗର ପରୀକ୍ଷା । ରକ୍ତ ପରୀକ୍ଷାରେ ମୁଖ୍ୟରୂପରେ ଏନିମିଆ, ଥାଲାସେମିଆର ଜାଞ୍ଚ ହେବ ଏବଂ ସଂକ୍ରାମକରେ ଏଚ୍ଆଇଭି, ହେପାଟାଇଟସ ବି ଓ ହେପାଟାଇଟସ ସି ଭଳି ଟେଷ୍ଟ ହେବ । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଭବିଷ୍ୟତ ପିଢିକୁ ବିଭିନ୍ନ ରୋଗରୁ ମୁକ୍ତ କରିବା । ସେହିଭଳି ଜେନିଟିକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବା ମଧ୍ୟ ଏହାର ଏକ ଉଦ୍ଦେଶ୍ୟ । ୧୯୯୯ରୁ ଏହି ଟେଷ୍ଟର ନିୟମ ଥିଲେ ମଧ୍ୟ ଅପସନାଲ ଥିଲା , ତେଣୁ ଲୋକମାନେ ଏହାକୁ କରାଉନଥିଲେ । ହେଲେ ବର୍ତ୍ତମାନ ଏହା ବାଧ୍ୟତାମୂଳକ କରାଯାଇଛି ।

ସମ୍ବନ୍ଧିତ ଖବର ବ୍ୟଡମିଣ୍ଟନ ଖେଳୁଛି ରୋବଟ

Tags: