ସମସ୍ତଙ୍କ ପାଇଁ ଥିଲେ ଅତି ନିଜର
ଭାରତୀୟ ସଙ୍ଗୀତ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ସାମ୍ରାଜ୍ଞୀ ଆଶା ଭୋସଲେଙ୍କ ସହ ବିଭିନ୍ନ କ୍ଷେତ୍ରର ସେଲିବ୍ରେଟିମାନଙ୍କର ସମ୍ପର୍କ ଅତ୍ୟନ୍ତ ଗଭୀର ଏବଂ ସମ୍ମାନଜନକ ରହିଥିଲା, ଯାହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । ୨୦୨୩ କ୍ରିକେଟ ବିଶ୍ୱକପ୍ ଫାଇନାଲ ସମୟରେ ବଲିଉଡ ବାଦଶାହା ଶାହରୁଖ ଖାନ ଆଶାଜୀଙ୍କ ପ୍ରତି ଥିବା ନିଜର ଶ୍ରଦ୍ଧା ପ୍ରକଟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ନିଜ ସିଟ୍ରୁ ଉଠିଯାଇ ଆଶାଜୀ ଚା’ ପିଇ ସାରିବା ପରେ ତାଙ୍କ ହାତରୁ ଖାଲି କପ୍ଟିକୁ ନିଜେ ଉଠାଇ ନେଇ ଅନ୍ୟତ୍ର ରଖିଥିଲେ । ଯାହା ଶାହାରୁଖ ଓ ତାଙ୍କ ଭିତରେ ଥିବା ଅତି ନିଜର ଭାବକୁ ପରିପ୍ରକାଶ କରିଥିଲା । ସେହିପରି ୨୦୨୪ ମସିହାରେ ଆଶାଜୀଙ୍କ ଜୀବନୀ ପୁସ୍ତକ ‘ସ୍ୱରସ୍ୱାମିନୀ ଆଶା’ର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ ତାଙ୍କର ପାଦ ଧୋଇ ସମ୍ମାନ ଜଣାଇବାର ଦୃଶ୍ୟ ସମସ୍ତଙ୍କୁ ମନ ମୋହିଥିଲା । ସେ ସମସ୍ତଙ୍କ ପାଇଁ ପୂଜନୀୟ ଓ ମାତୃତୁଲ୍ୟ ବ୍ୟକ୍ତିତ୍ୱ ଥିଲେ ।
Tags:




