ପତ୍ନୀଙ୍କୁ ଅଟକାଇବାକୁ ଭାଙ୍ଗିଲେ ବନ୍ଧ

ପତ୍ନୀଙ୍କୁ ଅଟକାଇବାକୁ ଭାଙ୍ଗିଲେ ବନ୍ଧ
Ipsita Picture
By: Ipsita
Published On

 

ସାଧାରଣତଃ ସମସ୍ତେ ପତ୍ନୀ ଘରେ ନଥିବାବେଳେ ଟିକେ ସାଙ୍ଗସାଥୀଙ୍କ ସହିତ ମଉଜ ମଜଲିସ ବା ପାର୍ଟି କରିଥାଆନ୍ତି । ତେବେ ଆମେରିକାର ଏକ ଘଟଣା ଆଜି ବି ଚର୍ଚ୍ଚାରେ, ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଘରକୁ ଆସିବାକୁ ଅଟକାଇବା ପାଇଁ ଏକ ଅଜବ ନିଷ୍ପତ୍ତି ନେଇଥିଲେ । ସୂଚନା ଅନୁସାରେ ୧୯୯୩ ମସିହାରେ ଆମେରିକାର ମିସିସିପି ନଦୀ କୂଳରେ ରହୁଥିବା ଜେମ୍ସ ସ୍କଟ୍ ନାମକ ଜଣେ ବ୍ୟକ୍ତି ନିଜର ପାର୍ଟି ଜାରି ରଖିବା ପାଇଁ ଏବଂ ପତ୍ନୀଙ୍କୁ ଘର ଫେରିବାକୁ ରୋକିବା ପାଇଁ ଏକ ଅଜବ ପଦକ୍ଷେପ ନେଇଥିଲେ । ସେଥିପାଇଁ ଜାଣିଶୁଣି ନଦୀର ବନ୍ଧକୁ ଭାଙ୍ଗି ଦେଇଥିଲେ । ଏହିଭଳି ଏକ ଅଜବ ତଥା ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ସେହି ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଦ୍ୱାରା ପ୍ରାୟ ୧୪,୦୦୦ ଏକର ଚାଷ ଜମି ଜଳମଗ୍ନ ହେବା ସହ ଅନେକ ଘରଦ୍ୱାର ନଷ୍ଟ ହୋଇଯାଇଥିଲା ଏବଂ ଏକ ବଡ଼ ପୋଲକୁ ମଧ୍ୟ ବନ୍ଦ କରିବାକୁ ପଡ଼ିଥିଲା । ଏହି ଜାଣିଶୁଣି ସୃଷ୍ଟି କରାଯାଇଥିବା ମହାବିପତ୍ତି ଓ ବ୍ୟାପକ କ୍ଷୟକ୍ଷତି ପାଇଁ ଅଦାଲତ ଜେମ୍ସ ସ୍କଟ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Tags: