ହଣ୍ଟେଡ୍ ଆଇସ୍କ୍ରିମ୍
ଆଇସ୍କ୍ରିମ୍ କାହାକୁ ବା ଭଲ ଲାଗିନଥାଏ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ଆଇସ୍କ୍ରିମ୍ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି । ତେଣୁ ବଜାରରେ ଭଳିକି ଭଳି ଓ ବିଭିନ୍ନ ବ୍ରାଣ୍ଡ୍ର ଆଇସ୍କ୍ରିମ ବିକ୍ରି କରାଯାଉଛି । ଠିକ୍ ସେହିପରି ଆମେରିକାରେ ଏକ ଅଦ୍ଭୁତ ଆଇସ୍କ୍ରିମ୍ ପ୍ରସ୍ତୁତ କରାଯାଇଛି, ଯାହାର ନାଁ ରହିଛି ହଣ୍ଟେଡ୍ ଆଇସ୍କ୍ରିମ୍ । ଏହି ଆଇସ୍କ୍ରିମ୍ର ନାଁ ଭଳି ଏହା ଦେଖିବାକୁ ମଧ୍ୟ ଖୁବ୍ ଭୟଙ୍କର ହୋଇଛି । ଏଥିରେ […]
ଆଇସ୍କ୍ରିମ୍ କାହାକୁ ବା ଭଲ ଲାଗିନଥାଏ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ଆଇସ୍କ୍ରିମ୍ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି । ତେଣୁ ବଜାରରେ ଭଳିକି ଭଳି ଓ ବିଭିନ୍ନ ବ୍ରାଣ୍ଡ୍ର ଆଇସ୍କ୍ରିମ ବିକ୍ରି କରାଯାଉଛି । ଠିକ୍ ସେହିପରି ଆମେରିକାରେ ଏକ ଅଦ୍ଭୁତ ଆଇସ୍କ୍ରିମ୍ ପ୍ରସ୍ତୁତ କରାଯାଇଛି, ଯାହାର ନାଁ ରହିଛି ହଣ୍ଟେଡ୍ ଆଇସ୍କ୍ରିମ୍ । ଏହି ଆଇସ୍କ୍ରିମ୍ର ନାଁ ଭଳି ଏହା ଦେଖିବାକୁ ମଧ୍ୟ ଖୁବ୍ ଭୟଙ୍କର ହୋଇଛି । ଏଥିରେ ଛୋଟପିଲାଙ୍କର ମୁହଁକୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ବିସ୍କୁଟ୍ ଉପରେ ରକ୍ତ ଭଳି ଲାଲ୍ ରଙ୍ଗର କ୍ରିମ୍ର ଲେପ ଦିଆଯାଇଛି । କ୍ରିପିକମ୍ ନାମକ ଏକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରୁ ଏହି ଅଦ୍ଭୁତ ଆଇସ୍କ୍ରିମ୍ର ଫଟୋ ଓ ଭିଡିଓ ସେୟାର କରାଯାଇଛି । ୟୁଜର୍ସ ଏହାକୁ ଦେଖିବା ପରେ ଏହା ଖୁବ୍ ଭୟଙ୍କର ହୋଇଛି ବୋଲି କମେଣ୍ଟ ଦେଇଛନ୍ତି । ତେବେ ଏହି ଆଇସ୍କ୍ରିମ୍କୁ ଆମେରିକାର ନର୍ଥ କାରୋଲିନାରେ ଥିବା ଏକ ହଣ୍ଟେଡ୍ ହାଉସ୍ ‘ଉଡ୍ସ ଅଫ୍ ଟେରର୍’ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ହଣ୍ଟେଡ୍ ହାଉସ୍କୁ ହଣ୍ଟେଡ୍ ଥିମ୍ରେ ସଜାଯାଇଛି । ଏଥିରେ ସବୁକିଛି ସାମଗ୍ରୀକୁ ଭୂତିଆ ଆକାରରେ ଉପସ୍ଥାପନ କରାଯାଇଛି । ଯେଉଁଠି ଏହି ଆଇସକ୍ରିମ୍ ପ୍ରସ୍ତୁତ କରାଯାଇଛି । ତେବେ ସେୟାର ହୋଇଥିବା ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧.୫ କୋଟି ଭୁ୍ୟଜ୍ ମିଳିଛି ।




