ହ୍ୟାଙ୍ଗିଂ ଟ୍ରେନ୍‌

ସାଧାରଣତଃ ଆପଣ ଟ୍ରେନ୍‌କୁ ଟ୍ରାକ୍‌ ଉପରେ ଯାଉଥିବାର ଦେଖିଥିବେ । ହେଲେ ଏଭଳି ଏକ ଟ୍ରେନ୍‌ ଅଛି ଯାହା ଟ୍ରାକ୍‌ରେ ଝୁଲିବା ଅବସ୍ଥାରେ ଗତି କରିଥାଏ । ଏଠାରେ ଟ୍ରେନ୍‌ର ଟ୍ରାକ୍‌ ଉପରେ ଥାଏ ଏବଂ ଟ୍ରେନ୍‌ ତଳେ ଯାଏ । ଅର୍ଥାତ୍‌ ଟ୍ରେନ୍‌ଗୁଡ଼ିକ ତଳୁ ପ୍ରାୟ ୪୦ ଫୁଟ ଉପରେ ଝୁଲିକି ଯାଆନ୍ତି ଏବଂ ଏଥିରେ ପ୍ରତ୍ୟହ ୮୦ରୁ ୮୨ ହଜାର ଲୋକ ଯାତାୟାତ କରନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ରୂପେ […]

Samaya Live Picture
Published On

ସାଧାରଣତଃ ଆପଣ ଟ୍ରେନ୍‌କୁ ଟ୍ରାକ୍‌ ଉପରେ ଯାଉଥିବାର ଦେଖିଥିବେ । ହେଲେ ଏଭଳି ଏକ ଟ୍ରେନ୍‌ ଅଛି ଯାହା ଟ୍ରାକ୍‌ରେ ଝୁଲିବା ଅବସ୍ଥାରେ ଗତି କରିଥାଏ । ଏଠାରେ ଟ୍ରେନ୍‌ର ଟ୍ରାକ୍‌ ଉପରେ ଥାଏ ଏବଂ ଟ୍ରେନ୍‌ ତଳେ ଯାଏ । ଅର୍ଥାତ୍‌ ଟ୍ରେନ୍‌ଗୁଡ଼ିକ ତଳୁ ପ୍ରାୟ ୪୦ ଫୁଟ ଉପରେ ଝୁଲିକି ଯାଆନ୍ତି ଏବଂ ଏଥିରେ ପ୍ରତ୍ୟହ ୮୦ରୁ ୮୨ ହଜାର ଲୋକ ଯାତାୟାତ କରନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ରୂପେ ସତ । ଜର୍ମାନୀର ବପର୍‌ଟାଲ୍‌ ସହରରେ ଏଭଳି ଟ୍ରାକ୍‌ ରହିଛି । ହେଲେ ଏହା କୌଣସି ନୂଆ ରୁଟ୍‌ ନୁହେଁ, ବରଂ ୨୧ ଶତାବ୍ଦୀ ପୂର୍ବରୁ ଏହି ରୁଟ୍‌କୁ ନିର୍ମାଣ କରାଯାଇଥିଲା । ତେବେ ମାଟି ଉପରେ ଟ୍ରେନ୍‌ ଟ୍ରାକ୍‌ ନିର୍ମାଣ କରିବା ଲାଗି ଏଠାରେ ସ୍ଥାନ ନଥିଲା । ଯାହାଫଳରେ ଆକାଶରେ ଇଞ୍ଜିନିଅରିଂ ଜରିଆରେ ଏଭଳି ଟ୍ରାକ୍‌ ନିର୍ମାଣ କରାଯାଇଥିଲା । ୧୯୦୧ରେ ଏହି ଟ୍ରାକ୍‌ ଆରମ୍ଭ ହୋଇଥିଲା । ୧୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଲୋକେ ଏହି ଟ୍ରେନ୍‌ରେ ଯାତାୟାତ କରୁଛନ୍ତି । ଏହି ଟ୍ରାକ୍‌ର ଦୂରତା ହେଉଛି ୧୩.୩ କିଲୋମିଟର । ଏହି ଟ୍ରାକ୍‌ରେ ଯାଉଥିବା ଟ୍ରେନ୍‌କୁ ମୋନୋରେଲ୍‌ ଏବଂ ସ୍କାଏ ଟ୍ରେନ୍‌ ବୋଲି ମଧ୍ୟ କୁହାଯାଏ ଏବଂ ଏହା ଏକମାତ୍ର ଫିକ୍ସଡ୍‌ ଟ୍ରାକ୍‌ରେ ଗତି କରେ । ଜର୍ମାନୀ ବ୍ୟତୀତ ଏକମାତ୍ର ଦେଶ ଜାପାନରେ ଏଭଳି ଅଦ୍ଭୁତ ଟ୍ରେନ୍‌ ଟ୍ରାକ୍‌ ଦେଖିବାକୁ ମିଳେ ଏବଂ ଏହାକୁ ସସ୍‌ପେନସନ୍‌ ରେଲେୱ କୁହାଯାଏ ।

Tags: