ଝୁଲନ୍ତା ଦୋକାନ

ଝୁଲନ୍ତା ଦୋକାନ
Ipsita Picture
By: Ipsita
Published On

 

ଚୀନର ହୁନାନ୍ ପ୍ରଦେଶରେ ଥିବା ଶିନିୟୁଝାଇ ନ୍ୟାସନାଲ ଜିଓଲଜିକାଲ ପାର୍କରେ ଏକ ଦୋକାନ ରହିଛି, ଯାହାକୁ ଦୁନିଆର ସବୁଠାରୁ ବିରଳ ଦୋକାନ ବୋଲି କୁହାଯାଏ । ଏହି ଛୋଟ ଦୋକାନଟି ଏକ ବିଶାଳ ପାହାଡ଼ର କୋଣରେ ତିଆରି ହୋଇଛି ଏବଂ ଏହା ଭୂମିରୁ ପ୍ରାୟ ୧୨୦ ମିଟର ଉଚ୍ଚତାରେ ଝୁଲନ୍ତା ଅବସ୍ଥାରେ ରହିଛି। ନିଜର ଏହି ବିରଳ ସ୍ଥାନ ଯୋଗୁଁ ଏହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୋକାନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲୋକମାନଙ୍କୁ ସିଡ଼ି, ଷ୍ଟିଲ୍ କେବୁଲ୍ ଏବଂ ସୁରକ୍ଷା ସରଞ୍ଜାମ ସାହାଯ୍ୟରେ ସେହି ପାହାଡ଼ ଉପରକୁ ଚଢ଼ିବାକୁ ପଡ଼ିଥାଏ । ଏଠାରେ ମିଳୁଥିବା ଥଣ୍ଡା ପାନୀୟ କିମ୍ବା ଜଳଖିଆ ସାଧାରଣ ହୋଇଥିଲେ ମଧ୍ୟ, ଏହା ସହିତ ଜଡ଼ିତ ରୋମାଞ୍ଚ ଏବଂ ଚତୁର୍ପାର୍ଶ୍ୱର ସୁନ୍ଦର ଦୃଶ୍ୟ ଏହାକୁ ସ୍ୱତନ୍ତ୍ର କରିଥାଏ । ପାହାଡ ଟ୍ରେକିଂରେ ଆସୁଥିବା ପର୍ଯ୍ୟଟକମାନେ ଏହି ଦୋକନରୁ ସାମଗ୍ରୀ କିଣୁଥିବାର ଦେଖିବାକୁ ମିଳିଥାଏ ।

Tags: