ଫିଲ୍ମ ଦେଖିବାରୁ ଫାଶୀ !

ଫିଲ୍ମ ଦେଖିବାରୁ ଫାଶୀ !
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବାୟୋମେଟ୍ରିକ ରୋବଟ

ନିକଟରେ ଏକ ରିପୋର୍ଟ ଅନୁସାରେ ଉତ୍ତର କୋରିଆରେ ଡ୍ରାମା ସିରିଜ ଓ ଗୀତ ଶୁଣିବାରୁ ଏଠିକାର ଅଧିବାସୀଙ୍କୁ ଫାଶୀଦଣ୍ଡ ମିଳୁଛି । ଏଠାରେ ମନୋରଞ୍ଜନ ପାଇଁ ଖୁବ ଶକ୍ତ ନିୟମ ପ୍ରଣୟନ କରାଯାଇଛି । ସୂଚନା ଅନୁସାରେ ୨୦୨୦ରେ ଏଥିପାଇଁ ଏକ ନିୟମ ତିଆରି କରାଯାଇଥିଲା । ଯେଉଁ ନିୟମରେ ଫିଲ୍ମ, ଡ୍ରାମା ଓ ମ୍ୟୁଜିକ ଭିଡିଓକୁ ଖରାପ ବୋଲି ଦର୍ଶା ଯାଇଛି । ସେଠିକାର ସରକାରଙ୍କ ମତରେ ଲୋକମାନେ ଏହି ସବୁ ମନୋରଞ୍ଜନଧର୍ମୀ ଭିଡିଓ ଦେଖିଲେ ସରକାରଙ୍କ ବିଚାରଧାରାରୁ ବିମୁଖହେବେ, ତେଣୁ ଏଥିପାଇଁ ଶକ୍ତ ନିୟମ ଜାରି କରାଯାଇଛି । ଏଠାରେ ଫିଲ୍ମ, ଡ୍ରାମା ଓ ମ୍ୟୁଜିକ ଶୁଣିଲେ ୫ ରୁ ୧୫ ବର୍ଷର ଶ୍ରମିକର ଦଣ୍ଡ ମିଳିଥାଏ । ଯଦି କିଏ ଖୁବ ଅଧିକମାତ୍ରାରେ କଣ୍ଟେଣ୍ଟ କିମ୍ବା ଫିଲ୍ମ ଖୁବ ଅଧିକ ଲୋକଙ୍କୁ ଦେଖାଉଥିବାବେଳେ ଧରା ପଡନ୍ତି ତାଙ୍କୁ ସିଧା ଫାୟାରିଂର ନିର୍ଦ୍ଦେଶ ରହିଛି । ସେହିଭଳି ପିଲାଙ୍କୁ ଡରାଇବା ପାଇଁ ମଧ୍ୟ ଏଠାରେ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ । ଏହି ସବୁ ନିୟମ ସାଧାରଣ ଲୋକଙ୍କର ଶୋଷଣ କରିବାକୁ ପ୍ରସ୍ତୁତ କରାଯାଇଛି ବୋଲି ସାଧାରଣରେ ଆଲୋଚନା କରାଯାଇଛି ।

ସମ୍ବନ୍ଧିତ ଖବର ଗଞ୍ଜା ପାଇଁ ନୋଟିସ

Tags:

Related Posts

ଲୋଭି ବାଘ

ଲୋଭି ବାଘ

ଟ୍ରେନରେ ମନ୍ଦିର

ଟ୍ରେନରେ ମନ୍ଦିର

ଝିଟିପିଟି ବର୍ଷା !

ଝିଟିପିଟି ବର୍ଷା !

ରହିଛି ମିଶ୍ରିତ ଫଳ

ରହିଛି ମିଶ୍ରିତ ଫଳ