ଆଙ୍ଗୁଠି ପାଇଁ ଲକ୍ଷାଧିକ ରୋଜଗାର
ନ୍ୟୁୟର୍କର ଅବିଶା ତେବାନୀ ନିଜ ଆଙ୍ଗୁଠି ପାଇଁ ଦିନକୁ ୨ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି । ସୂଚନା ଅନୁସାରେ ସେ ଜଣେ ପ୍ରଫେସନାଲ ହ୍ୟାଣ୍ଡ ମଡେଲ । ବଡବଡ ବ୍ରାଣ୍ଡଙ୍କ ଭିତରେ ତାଙ୍କ ହାତର ଚାହିଦା ଖୁବ ଅଧିକ । ସେ ୨୦୨୦ରେ ନିଜର ଏହି ହ୍ୟାଣ୍ଡ ମଡେଲିଂ କ୍ୟାରିୟରର ଆରମ୍ଭ କରିଥିଲେ । ପ୍ରଥମରୁ ସେ ଫ୍ରିଲାନ୍ସ ଷ୍ଟାଇଲିଂ ଭାବେ କାର୍ଯ୍ୟ କରୁଥିଲେ । ଏକଦା ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ନିର୍ବନ୍ଧ ମୁଦିର […]
ନ୍ୟୁୟର୍କର ଅବିଶା ତେବାନୀ ନିଜ ଆଙ୍ଗୁଠି ପାଇଁ ଦିନକୁ ୨ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି । ସୂଚନା ଅନୁସାରେ ସେ ଜଣେ ପ୍ରଫେସନାଲ ହ୍ୟାଣ୍ଡ ମଡେଲ । ବଡବଡ ବ୍ରାଣ୍ଡଙ୍କ ଭିତରେ ତାଙ୍କ ହାତର ଚାହିଦା ଖୁବ ଅଧିକ । ସେ ୨୦୨୦ରେ ନିଜର ଏହି ହ୍ୟାଣ୍ଡ ମଡେଲିଂ କ୍ୟାରିୟରର ଆରମ୍ଭ କରିଥିଲେ । ପ୍ରଥମରୁ ସେ ଫ୍ରିଲାନ୍ସ ଷ୍ଟାଇଲିଂ ଭାବେ କାର୍ଯ୍ୟ କରୁଥିଲେ । ଏକଦା ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ନିର୍ବନ୍ଧ ମୁଦିର ଫଟୋ ସୁଟରେ ସାହାଯ୍ୟ କରିଥିଲେ । ତାଙ୍କ ହାତ ସମସ୍ତ କ୍ଲାଇଣ୍ଟକୁ ଖୁବ ଭଲ ଲାଗିଥିଲା ଏବଂ ଏହାପରେ ତାଙ୍କୁ କାମ ମିଳିବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସେ କୋକାକୋଲା, ଷ୍ଟାରବକ୍ସ, କାଇଲି ଭଳି ଅନେକ ବ୍ରାଣ୍ଡ୍ ପାଇଁ କାମ କରୁଛନ୍ତି । ପ୍ରତି ସୁଟ ପାଇଁ ସେ ୨ଲକ୍ଷରୁ ଅଧିକ ଟଙ୍କା ଚାର୍ଜ କରନ୍ତି । ବର୍ତ୍ତମାନ ସେ ଖାଲି ହାତ ନୁହେଁ କାନ, ବେକ ଓ ଗୋଡର ମଧ୍ୟ ସୁଟିଂ କରୁଛନ୍ତି । ତେବେ ଏହି ମଡେଲିଂ ମଧ୍ୟ ଅନ୍ୟ ମଡେଲିଂ ଭଳି କଷ୍ଟ ହୋଇଥାଏ ବୋଲି ଅବିଶା ମତ ଦେଇଛନ୍ତି ।


