ଗୁରୁ ପୂର୍ଣ୍ଣିମା
ଆଷାଢ଼ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା କୁହାଯାଇଥାଏ । ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଏହାକୁ ପାଳନ କରନ୍ତି । ଏହି ଦିନ ଗୁରୁ ପୂଜନ କରାଯିବାର ପରମ୍ପରା ରହିଛି । ହିନ୍ଦୁମାନେ ମହାନ୍ ଗୁରୁ ବା ଗୁରୁଶ୍ରେଷ୍ଠ ବ୍ୟାସଦେବଙ୍କ ଜୟନ୍ତୀ ଭାବେ ଏହି ଦିନକୁ ପାଳନ କରନ୍ତି । ଗୁରୁ-ଶିଷ୍ୟ ପରମ୍ପରାର ପ୍ରତୀକ ହେଉଛନ୍ତି ମହାଭାରତ ରଚୟିତା ବ୍ୟାସ । ଏହି ଦିନ ବ୍ୟାସଦେବଙ୍କ ଜନ୍ମ ତିଥି ତଥା ଏହି ଦିନ ହିଁ ବ୍ୟାସଦେବ […]
ଆଷାଢ଼ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା କୁହାଯାଇଥାଏ । ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଏହାକୁ ପାଳନ କରନ୍ତି । ଏହି ଦିନ ଗୁରୁ ପୂଜନ କରାଯିବାର ପରମ୍ପରା ରହିଛି । ହିନ୍ଦୁମାନେ ମହାନ୍ ଗୁରୁ ବା ଗୁରୁଶ୍ରେଷ୍ଠ ବ୍ୟାସଦେବଙ୍କ ଜୟନ୍ତୀ ଭାବେ ଏହି ଦିନକୁ ପାଳନ କରନ୍ତି । ଗୁରୁ-ଶିଷ୍ୟ ପରମ୍ପରାର ପ୍ରତୀକ ହେଉଛନ୍ତି ମହାଭାରତ ରଚୟିତା ବ୍ୟାସ । ଏହି ଦିନ ବ୍ୟାସଦେବଙ୍କ ଜନ୍ମ ତିଥି ତଥା ଏହି ଦିନ ହିଁ ବ୍ୟାସଦେବ ବ୍ରହ୍ମସୂତ୍ର ଲେଖିବା ଆରମ୍ଭ କରିଥିଲେ । ତେଣୁ ଏହି ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ହିନ୍ଦୁ ସାଧୁ ସନ୍ନ୍ୟାସୀଗଣ ଏହି ଦିନରେ ଗୁରୁ ପୂଜନ କରନ୍ତି । ଏବେ ବି ଗୁରୁ ଶିଷ୍ୟ ପରମ୍ପରାକୁ ସମ୍ମାନ ଦେଇ ଆସୁଥିବା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଦ୍ୟାର୍ଥୀ ଏହି ଦିନ ଗୁରୁ ପୂଜା କରନ୍ତି । ସଂସ୍କୃତରେ ‘ଗୁରୁ’ ଶବ୍ଦ ଗୁ ଏବଂ ରୁ ଦୁଇଟି ଅକ୍ଷରକୁ ନେଇ ସୃଷ୍ଟି । ‘ଗୁ’ର ଅର୍ଥ ଅନ୍ଧକାର ବା ଅଜ୍ଞାନ ତିମିର । ‘ରୁ’ ଅର୍ଥ ଏହି ଅନ୍ଧକାରକୁ ଦୂର କରୁଥିବା ବ୍ୟକ୍ତି । ତେଣୁ ଅଜ୍ଞାନ ତିମିରକୁ ଦୂର କରୁଥିବା ବ୍ୟକ୍ତି ହିଁ ଗୁରୁ ।
ଆଷାଢ଼ ପୂର୍ଣ୍ଣିମା ଦିନ ଗୌତମବୁଦ୍ଧ ପ୍ରଥମ କରି ଉତ୍ତର ପ୍ରଦେଶର ସାରନାଥଠାରେ ବୌଦ୍ଧ ଧର୍ମର ବାଣୀ ପ୍ରଚାର କରିଥିଲେ । ତେଣୁ ଏହି ଦିନ ବୌଦ୍ଧ ଧର୍ମାବଲମ୍ବୀ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା ଭାବରେ । ଆଜିଠାରୁ ବୌଦ୍ଧ ସନ୍ନ୍ୟାସୀ ପାଳନ କରନ୍ତି ବର୍ଷା ବାସ । ଅର୍ଥାତ୍ ବର୍ଷା ତିନି ମାସ ସେମାନେ ଗୋଟିଏ ସ୍ଥାନରେ ଅର୍ଥାତ୍ ବୁଦ୍ଧ ମନ୍ଦିରରେ ଅବସ୍ଥାନ କରନ୍ତି । କେହି କେହି ଏହି ସମୟରେ ଉଗ୍ର ତପ ସାଧନା ବି କରନ୍ତି ।




