ମାରାଥନ ଦୌଡରେ ଗିନିଜ ରେକର୍ଡ

ମାରାଥନ ଦୌଡରେ ଗିନିଜ ରେକର୍ଡ
Ipsita Picture
By: Ipsita
Published On

 

ଚୀନ୍ର ୪୧ ବର୍ଷୀୟ ଲି ଶୁଆଙ୍ଗଯୋଙ୍ଗ ନିଜର ଛାଡ଼ପତ୍ର ଏବଂ ବ୍ୟବସାୟ ବନ୍ଦ ହେବା ପରେ ମାନସିକ ସନ୍ତୁଳନ ଫେରାଇ ଆଣିବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ । ତେବେ ମାନସିକ ସନ୍ତୁଳନ ପାଇଁ ଆରମ୍ଭ ହୋଇଥିବା ଏହି ଦୌଡ ବର୍ତ୍ତମାନ ତାଙ୍କୁ ରେକର୍ଡରେ ସାମିଲ କରିଛି । ବର୍ତ୍ତମାନ ସେ କ୍ରମାଗତ ୩୭୨ ଦିନ ଧରି ପ୍ରତିଦିନ ମାରାଥନ ଦୌଡ଼ି ଏକ ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୫ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିସାରିଛନ୍ତି । ଏପରିକି ସେ ବ୍ରାଜିଲର ଧାବକ ହ୍ୟୁଗୋ ଫାରିୟାସଙ୍କ ୩୬୬ ଦିନର ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ପ୍ରତିଦିନ ୪୨.୧୯୫ କିଲୋମିଟର ଦୌଡ଼ୁଥିବା ଲି ଚୀନ୍ର ୩୦୦ରୁ ଅଧିକ ସହର ଅତିକ୍ରମ କରିସାରିଛନ୍ତି । ଯେଉଁଠାରେ ସେ ପ୍ରତି ସନ୍ଧ୍ୟାରେ ନୂଆ ସ୍ଥାନରେ ହୋଟେଲରେ ରୁହନ୍ତି ଏବଂ ସକାଳେ ଦୌଡ଼ ସମ୍ପୂର୍ଣ୍ଣ କରନ୍ତି । ଗୋଡ଼ରେ ଯନ୍ତ୍ରଣାଦାୟକ କର୍ନ ହୋଇଥିବା ସତ୍ତ୍ୱେ ସେ ଦୌଡ଼ିବା ଜାରି ରଖିଥିଲେ; ପୂର୍ବରୁ ୧,୦୦୦ ଦିନ ଧରି ପ୍ରତିଦିନ ୧୦୦ ପୁସ୍-ଅପ୍, ୧୦୦ ସିଟ୍-ଅପ୍, ୧୦୦ ସ୍କ୍ୱାଟ୍ସ ଏବଂ ୧୦ କିମି ଦୌଡ଼ିବାର ରେକର୍ଡ କରିଥିବା ଲି' ଙ୍କର ବର୍ତ୍ତମାନର ଲକ୍ଷ୍ୟ ହେଉଛି ଏହି ଦୌଡ଼ିବା ପ୍ରକ୍ରିୟାକୁ କ୍ରମାଗତ ୫୨୦ ଦିନ ପର୍ଯ୍ୟନ୍ତ ଜାରି ରଖିବା ।

Tags: