ଜଙ୍ଗଲ ଜଗୁଛି ଏଆଇ

ଭାରତର ଘଞ୍ଚ ଜଙ୍ଗଲରେ ଅନେକ ସମୟରେ ବିଭିନ୍ନ ପ୍ରକାର ପ୍ରାଣୀଙ୍କର ଜୀବନ ବିପଦରେ ରହିଥାଏ । ସେମାନଙ୍କର ଚୋରାଚାଲାଣ ଏହି ବିପଦକୁ ବଢାଇବାରେ ଲାଗିଛି । ଏହି ଚୋରାଚାଲାଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ । ସେହିଭଳି ଏକ ପଦକ୍ଷେପ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିଛି, ଯାହା ଏଆଇକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଜଙ୍ଗଲ ଜନ୍ତୁଙ୍କୁ ସୁରକ୍ଷା ଦେବା ବର୍ତ୍ତମାନ ଏକ ବଡ ସମସ୍ୟାରେ ପରିଣତ ହୋଇଛି । ପ୍ରତିଦିନ ବନ୍ୟଜୀବଜନ୍ତୁଙ୍କର […]

ଜଙ୍ଗଲ ଜଗୁଛି ଏଆଇ
Samaya Live Picture
Published On

ଭାରତର ଘଞ୍ଚ ଜଙ୍ଗଲରେ ଅନେକ ସମୟରେ ବିଭିନ୍ନ ପ୍ରକାର ପ୍ରାଣୀଙ୍କର ଜୀବନ ବିପଦରେ ରହିଥାଏ । ସେମାନଙ୍କର ଚୋରାଚାଲାଣ ଏହି ବିପଦକୁ ବଢାଇବାରେ ଲାଗିଛି । ଏହି ଚୋରାଚାଲାଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ । ସେହିଭଳି ଏକ ପଦକ୍ଷେପ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିଛି, ଯାହା ଏଆଇକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ।
ଜଙ୍ଗଲ ଜନ୍ତୁଙ୍କୁ ସୁରକ୍ଷା ଦେବା ବର୍ତ୍ତମାନ ଏକ ବଡ ସମସ୍ୟାରେ ପରିଣତ ହୋଇଛି । ପ୍ରତିଦିନ ବନ୍ୟଜୀବଜନ୍ତୁଙ୍କର ମୃତ୍ୟୁ ଖବର ସାମନାକୁ ଆସୁଛି । ଏହି ନୀରିହ ପ୍ରାଣୀଙ୍କୁ ସେମାନଙ୍କର ଚମ ତଥା ବିଭିନ୍ନ ଅଙ୍ଗ ପାଇଁ ହତ୍ୟା କରାଯାଉଛି । ସେହିଭଳି ଏମାନଙ୍କର ଚୋରାଚାଲାଣ ଯେପରି ଏକ ବଡ ବ୍ୟବସାୟରେ ପରିଣତ ହୋଇସାରିଛି । ତେବେ ଏହାକୁ କମାଇବା ପାଇଁ ଫରେଷ୍ଟଗାର୍ଡଙ୍କ ସହିତ ଅନ୍ୟ କର୍ମଚାରୀମାନେ ଅନେକ ପରିଶ୍ରମ କରିଥାଆନ୍ତି । ତେବେ ସେମାନଙ୍କର ଏହି କାମ ଖୁବ କଷ୍ଟ ହୋଇଥାଏ । ଏହାକୁ ସହଜ କରିବାପାଇଁ ଭାରତରେ ବର୍ତ୍ତମାନ ଏଆଇ କ୍ୟାମେରାକୁ ବ୍ୟବହାର କରାଯାଉଛି । ଯାହା ଜଙ୍ଗଲରେ ଥିବା ପ୍ରାଣୀଙ୍କର ଖୁବ ସହଜରେ ଧ୍ୟାନ ରଖିପାରୁଛି ।

ଟେଲ୍‌ ଗାର୍ଡ –
ଜଙ୍ଗଲରେ ବିଶେଷଭାବେ ବାଘମାନେ ରହୁଥିବା ସ୍ଥାନ ଜଗିବା ପାଇଁ ବ୍ୟବହାର କରାଯାଉଛି ଟେଲ ଗାର୍ଡ ଏଆଇ କ୍ୟାମେରାକୁ । ଏହି କ୍ୟାମେରା ଜଙ୍ଗଲରେ ଥିବା ବାଘଙ୍କୁ ଜଗିବା ସହିତ ଏଠାରେ କିଛି ଅନୈତିକ କାର୍ଯ୍ୟ ହେଲେ ସଙ୍ଗେସଙ୍ଗେ ତଥ୍ୟ ପ୍ରଦାନ କରୁଛି । ଏହି ଏଆଇ ଟେକ୍ନୋଲୋଜି ପାଇଁ ଅନେକ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇ ସାରିଛି । ଏହି କ୍ୟାମେରା ଶିମିଳିପାଳରେ ମଧ୍ୟ ଲଗାଯାଇଥିବାର ସୂଚନା ରହିଛି । ଏହି କ୍ୟାମେରାରେ ଫଟୋ ଉଠିବାର ମାତ୍ର ୩୦ ରୁ ୪୦ ସେକେଣ୍ଡ ଭିତରେ ଏହା ସାଟେଲାଇଟ୍‌କୁ ପଠାଯାଇଥାଏ । ଏହି ଆଲର୍ଟ କଣ୍ଟ୍ରୋଲ ସେଣ୍ଟର, ହ୍ୱାଟ୍ସ ଆପ୍‌ ଗ୍ରୁପ ଓ ରେଡିଓ ଚ୍ୟାନେଲକୁ ପଠାଇଯାଇଥାଏ ।
ସ୍ମାର୍ଟ ପାର୍ଟୋଲ
ବର୍ତ୍ତମାନ କାଗଜ ପରିବର୍ତ୍ତେ ସ୍ମାର୍ଟ ପାର୍ଟୋଲକୁ ଆପଣାଯାଉଛି । ଏହା ଏକ ଆପ୍‌ ଯେଉଁଥିରେ ସମସ୍ତ ତଥ୍ୟକୁ ସାଇତି ରଖାଯାଉଛି । ଏଥିରେ ଜିପିଏସ୍‌ ଲଗାଯାଇ ମନିଟର କାର୍ଯ୍ୟ କରାଯାଇଥାଏ । ଏଥିରେ ପଶୁମାନଙ୍କର ବିଭିନ୍ନ ଜିଓ ଟ୍ୟାଗ୍‌ଡ ଫଟୋକୁ ମଧ୍ୟ ଅପଲୋଡ କରାଯାଇଥାଏ । ହାତୀ ଭଳି ବଡ ପ୍ରାଣୀ ଓ ସାପ ଭଳି ଛୋଟ ପ୍ରାଣୀ ମଧ୍ୟ ଆପ୍‌ ଦ୍ୱାରା ମନିଟରିଂ କରାଯାଇଥାଏ ।
ଡ୍ରୋନ ପାର୍ଟୋଲ
ଏଆଇର ବ୍ୟବହାର କରି ବର୍ତ୍ତମାନ ଖୁବ ଆଧୁନିକ ଶୈଳୀର ଡ୍ରୋନ ପ୍ରସ୍ତୁତ କରାଯାଉଛି । ଯାହାକୁ ବ୍ୟବହାର କରି ଜଙ୍ଗଲରେ ଥିବା ପ୍ରାଣୀଙ୍କର ସୁରକ୍ଷା କରାଯାଉଛି । ଏହି ଡ୍ରୋନ୍‌ ପାର୍ଟୋଲିଂକୁ ବ୍ୟବହାର କରି ପ୍ରାଣୀମାନଙ୍କର ବିଭିନ୍ନ ଗତିକୁ ଟ୍ରାକ କରାଯାଇଥାଏ । ଏହାସହିତ ଜଙ୍ଗଲରେ ଲାଗୁଥିବା ନିଆଁକୁ ମଧ୍ୟ ଏହି ଡ୍ରୋନ ସାହାଯ୍ୟରେ ଟ୍ରାକ କରାଯାଇଥାଏ । ଯାହାଫଳରେ ଜଙ୍ଗଲ ଗୁଡିକରେ ବିଭିନ୍ନ ବଡବଡ ବିପଦରୁ ରକ୍ଷା କରାଯାଇଥାଏ ।

Tags: