ବଢୁଛି ଶାକାହାରୀ ହେବା ପାଇଁ ଆଗ୍ରହ

ଆଜିକାଲି ଆମେରିକା ଓୟୁରୋପରେ ବିଭିନ୍ନ ରେସ୍ତୋରାଁରେ ବର୍ଗର, ହଟ୍‌ ଡଗ୍‌, ସସେଜ୍‌ ଭଳି ଅନେକ ଫାଷ୍ଟ ଫୁଡ୍‌ ପୂରାପୁରି ଶାକାହାରୀ ପ୍ରୋସେସ୍‌ରେ ପ୍ରସ୍ତୁତ ହେଉଛି । ତେବେ ବର୍ତ୍ତମାନ ଏହି ଫାଷ୍ଟଫୁଡ୍‌ ଗୁଡିକ ଲ୍ୟାବ ନୁହେଁ ବରଂ ବିଭିନ୍ନ କମ୍ପାନିରେ ପ୍ରସ୍ତୁତ କରାଯାଉଛି । ଏହି ଖାଦ୍ୟ ଗୁଡିକ କୌଣସି ପ୍ରାଣୀ ନୁହେଁ ବରଂ ଉଦ୍ଭୁିଦରୁ ପ୍ରସ୍ତୁତ କରାଯାଉଛି । ତେବେ ଏହା ପୂର୍ବରୁ ସୋୟା ଓ ଗଛରୁ ପ୍ରସ୍ତୁତ କ୍ଷୀରକୁ କେବଳ ଆର୍ଲଜି ସମସ୍ୟା ଥିବା […]

ବଢୁଛି ଶାକାହାରୀ ହେବା ପାଇଁ ଆଗ୍ରହ

ଆଜିକାଲି ଆମେରିକା ଓୟୁରୋପରେ ବିଭିନ୍ନ ରେସ୍ତୋରାଁରେ ବର୍ଗର, ହଟ୍‌ ଡଗ୍‌, ସସେଜ୍‌ ଭଳି ଅନେକ ଫାଷ୍ଟ ଫୁଡ୍‌ ପୂରାପୁରି ଶାକାହାରୀ ପ୍ରୋସେସ୍‌ରେ ପ୍ରସ୍ତୁତ ହେଉଛି । ତେବେ ବର୍ତ୍ତମାନ ଏହି ଫାଷ୍ଟଫୁଡ୍‌ ଗୁଡିକ ଲ୍ୟାବ ନୁହେଁ ବରଂ ବିଭିନ୍ନ କମ୍ପାନିରେ ପ୍ରସ୍ତୁତ କରାଯାଉଛି । ଏହି ଖାଦ୍ୟ ଗୁଡିକ କୌଣସି ପ୍ରାଣୀ ନୁହେଁ ବରଂ ଉଦ୍ଭୁିଦରୁ ପ୍ରସ୍ତୁତ କରାଯାଉଛି । ତେବେ ଏହା ପୂର୍ବରୁ ସୋୟା ଓ ଗଛରୁ ପ୍ରସ୍ତୁତ କ୍ଷୀରକୁ କେବଳ ଆର୍ଲଜି ସମସ୍ୟା ଥିବା ଲୋକ ଗ୍ରହଣ କରୁଥିଲେ । ହେଲେ ବର୍ତ୍ତମାନ ଏହାକୁ ସବୁ ବର୍ଗର ଲୋକ ଗ୍ରହଣ କରିବାକୁ ଆଗ୍ରହ ଦେଖାଉଛନ୍ତି । ଏହି କ୍ଷୀର ବର୍ତ୍ତମାନ ଦୁନିଆର ସମସ୍ତ ବଜାରରେ ମିଳୁଛି । ସେହିଭଳି ପ୍ରାଣୀ ମାଂସର ବିକଳ୍ପ ଭାବେ ଉଦ୍ଭୁିଦରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର କିଣାବିକା ମଧ୍ୟ ବଢିଛି । ତେବେ ଏହି ଶାକାହାରୀ ମାଂସ ଆଜିକାଲିର ନୁହେଁ, ଏହାର ଇତିହାସ ପ୍ରାୟ ୧୫୦୦ ବର୍ଷ ପୁରୁଣା । ବିଭିନ୍ନ ପ୍ରକାରର ପ୍ରକ୍ରିୟାକୁ ଅନୁକରଣ କରି ନକଲି ମାଂସର ପ୍ରସ୍ତୁତି ଅନେକ ଦିନରୁ ଚାଲିଛି । ଚୀନରେ ଅନେକ ଦିନରୁ ସୋୟାରୁ କ୍ଷୀର ପ୍ରସ୍ତୁତ କରି ବ୍ୟବହାର କରାଯାଉଛି । ତେବେ ବର୍ତ୍ତମାନ ଲୋକଙ୍କ ଭିତରେ ଏହା ପାଇଁ ଆଗ୍ରହ ବଢିଛି ।

Read More ପର୍ଯ୍ୟଟକ ଚୋରି କରୁଛନ୍ତି ପଥର

Tags: