ପୁଅ ହୋଇଥାଏ ବିଦା
ଭାରତୀୟ ପରମ୍ପରା ଅନୁସାରେ ବିବାହ ପରେ କନ୍ୟାକୁ ଶାଶୁଘର ଯିବାକୁ ହୋଇଥାଏ । ଝିଅଟିକୁ ନିଜର ଆଗ ଜୀବନ ଶାଶୁଘରେ ହିଁ ବିତାଇବାକୁ ହୋଇଥାଏ । ହେଲେ ଭାରତରେ ଏଭଳି ପରମ୍ପରା ମଧ୍ୟ ଅଛି ଯେଉଁଥିରେ ଝିଅ ନୁହେଁ ବରଂ ଜ୍ୱାଇଁ ଶାଶୁଘରେ ରହିଥାଏ । ବିବାହ ପରେ ଝିଅ ବିଦା ନ ହୋଇ ପୁଅ ବିଦା ହୋଇଥାଏ । ଉତ୍ତରପ୍ରଦେଶର କୌଶମ୍ବୀ ହିଙ୍ଗୁଲପୁର ଗ୍ରାମରେ ରହିଛି ଏଭଳି ନିଆରା ପରମ୍ପରା । ଯେଉଁ ପରମ୍ପରା ଅନୁଯାୟୀ […]
ଭାରତୀୟ ପରମ୍ପରା ଅନୁସାରେ ବିବାହ ପରେ କନ୍ୟାକୁ ଶାଶୁଘର ଯିବାକୁ ହୋଇଥାଏ । ଝିଅଟିକୁ ନିଜର ଆଗ ଜୀବନ ଶାଶୁଘରେ ହିଁ ବିତାଇବାକୁ ହୋଇଥାଏ । ହେଲେ ଭାରତରେ ଏଭଳି ପରମ୍ପରା ମଧ୍ୟ ଅଛି ଯେଉଁଥିରେ ଝିଅ ନୁହେଁ ବରଂ ଜ୍ୱାଇଁ ଶାଶୁଘରେ ରହିଥାଏ । ବିବାହ ପରେ ଝିଅ ବିଦା ନ ହୋଇ ପୁଅ ବିଦା ହୋଇଥାଏ । ଉତ୍ତରପ୍ରଦେଶର କୌଶମ୍ବୀ ହିଙ୍ଗୁଲପୁର ଗ୍ରାମରେ ରହିଛି ଏଭଳି ନିଆରା ପରମ୍ପରା । ଯେଉଁ ପରମ୍ପରା ଅନୁଯାୟୀ ବିବାହ ପରେ ଜ୍ୱାଇଁକୁ ଶ୍ୱଶୁର ଘରେ ଘରଜ୍ୱାଇଁ ହୋଇ ରହିବାକୁ ହୋଇଥାଏ । ଶ୍ୱଶୁରଘର ପଟୁ ଜ୍ୱାଇଁକୁ ରୋଜଗାର କରିବାର ସାଧନ ଯୋଗାଇଦେବାର ପରମ୍ପରା ମଧ୍ୟ ରହିଛି । ଝିଅମାନଙ୍କ ଉପରେ ହେଉଥିବା ବିଭିନ୍ନ ନିର୍ଯ୍ୟାତନାରୁ ରକ୍ଷା କରିବା ପାଇଁ ଏହି ଗ୍ରାମରେ ଏଭଳି ପଦକ୍ଷେପ ନିଆଯାଇଛି । ସେହିଭଳି ଏହି ଗ୍ରାମରେ ଝିଅଙ୍କୁ ସର୍ବଦା ଶିକ୍ଷା ଦିଆଯିବା ସହିତ ସ୍ୱାବଲମ୍ବୀ ମଧ୍ୟ କରାଯାଇଥାଏ ।




