ଶଗଡରେ ବରଯାତ୍ରୀ

ଶଗଡରେ ବରଯାତ୍ରୀ
Ipsita Picture
By: Ipsita
Published On

 

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଜଣେ ପୁଲିସ କନଷ୍ଟେବଳ ନିଜ ବିବାହକୁ ଅତ୍ୟନ୍ତ ନିଆରା ଢଙ୍ଗରେ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ନିଜ ବରଯାତ୍ରୀରେ ଦାମୀ ଗାଡ଼ି ବଦଳରେ ଶଗଡ଼ ଗାଡ଼ିର ବ୍ୟବହାର କରିଛନ୍ତି ।  ନାରାୟଣପୁର ଏସପିଙ୍କ ଗନମ୍ୟାନ୍ ଭାବେ କାର୍ଯ୍ୟରତ କନଷ୍ଟେବଳ କୁବେର ଦେହରୀ ଇନ୍ଧନ ବଞ୍ଚାଇବା ପାଇଁ ଏହିପରି ପାରମ୍ପରିକ ଏବଂ ପରିବେଶ ଅନୁକୂଳ ମାଧ୍ୟମକୁ ବାଛିଥିବା ଜଣା ପଡିଛି । ଗତ ମେ୧୨ ତାରିଖରେ ନିଜ ଗାଁ ଡୁମରତରାଇରେ ଆୟୋଜିତ ଏହି ବିବାହରେ ପ୍ରାୟ ୩ କିଲୋମିଟର ଦୂରରେ ଥିବା କନ୍ୟା ଘରକୁ ଯିବା ପାଇଁ ବରଯାତ୍ରୀ ଦଳ ଶଗଡ଼ ଗାଡ଼ିର ଏକ ସୁଦୀର୍ଘ ଶୋଭାଯାତ୍ରାରେ ବାହାରିଥିଲେ ଏବଂ ଏହି ଶୋଭାଯାତ୍ରା ପ୍ରାୟ ୧ କିଲୋମିଟରରୁ ଅଧିକ ବାଟ ପର୍ଯ୍ୟନ୍ତ ଚାଲିଥିଲା । ଏହି ସାଧାରଣ ତଥା ପାରମ୍ପରିକ ବିବାହର ଭିଡିଓ ସୋସିଆଲ ମିଡିଆରେ ଖୁବ୍ଭାଇରାଲ ହେବାରେ ଲାଗିଛି । ଉକ୍ତ ବ୍ୟକ୍ତିଙ୍କର ନିଜର ପରମ୍ପରା, ସଂସ୍କୃତି ପାଇଁ ଥିବା ଭଲପାଇବାକୁ ସମସ୍ତେ ଖୁବ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି ।

Tags: