ଗ୍ରୀନ୍ ଟି କୁ କୁହାଯିବନି ଚା !
By: Ipsita
ବଜାରରେ ମିଳୁଥିବା ହର୍ବାଲ ଟି, ଡିଟକ୍ସ ଟି, ଫ୍ଲାଓ୍ୱାର ଟି ଆଦିକୁ ଆଉ ଚା କୁହାଯାଇ ପାରିବ ନାହିଁ । ଏଭଳି କଲେ ଏହା ଏକ ଭୁଲରେ ଗଣତି ହେବ । ନିକଟରେ ଫାସିର ନୂଆ ନିୟମ ଅନୁସାରେ ଏଭଳି ହେବାକୁ ଯାଉଛି । ନୂଆ ନିୟମ ଅନୁସାରେ କେବଳ କ୍ୟାମେଲା ସିନେନ୍ସିସ ଗଛରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ଚା କୁହାଯିବ । କୌଣସି ଅନ୍ୟ ଗଛରୁ ବାହାରୁଥିବା ପଦାର୍ଥକୁ ଚା କୁହାଯିବ ନାହିଁ । ବର୍ତ୍ତମାନ ଏଭଳି ସମସ୍ତ ସାମଗ୍ରୀ ପ୍ୟାକେଟ ଉପରେ ସେମାନଙ୍କର ଅସଲ ନାମ ଲେଖାଯିବ । ଏହି ନିୟମକୁ ଉଲ୍ଲଂଘନ କଲେ ଆଇନ୍ ଅନୁସାରେ ଦଣ୍ଡ ମଧ୍ୟ ମିଳିବ ବୋଲି ଘୋଷଣା କରାଯାଇଛି । ଯେଉଁଥିରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ ।
ସମ୍ବନ୍ଧିତ ଖବର ରୋବଟକୁ ହେବ କଷ୍ଟ
Tags:
Related Posts



