ଗ୍ରୀନ ରିକ୍ସା 

ଗ୍ରୀନ ରିକ୍ସା 
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦୋଷ କାଟିବାକୁ କୁକୁରକୁ ବିବାହ

ବର୍ତ୍ତମାନ ଖରାର ପ୍ରଭାବ ଧୀରେଧୀରେ ବଢୁଛି । ସେଥିପାଇଁ ସମସ୍ତେ ନିଜ ସୁବିଧା ପାଇଁ ବାହାରକୁ ଯିବା ବେଳେ ବ୍ୟବସ୍ଥା କରୁଛନ୍ତି । ସେହିଭଳି ଏକ ଅଟୋର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଟୋଟିରେ ଖରା ଦିନରୁ ରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ରିକ୍ସାଟିକୁ ବିଭିନ୍ନ ଗଛରେ ସଜା ଯାଇଛି । ଉପରି ଭାଗରେ ଘାସର ଗାଲିଚା କରାଯାଇଥିବା ବେଳେ ସିଟ୍ପାଖରେ କୁଣ୍ଡରେ ଗଛ ଲଗାଯାଇଛି । ତେବେ ଏଭଳି ପ୍ରୟାସକୁ ସୋସିଆଲ ମିଡିଆରେ ବେଶ୍ପ୍ରଂଶସା କରାଯାଇଛି । ରିକ୍ସାଟିକୁ ଅତ୍ୟାଧିକ ଗରମରୁ ରକ୍ଷା କରିବା ପାଇଁ ଚାଳକ ଏଭଳି ବ୍ୟବସ୍ଥା କରିଥିବା ଜଣାପଡିଛି । ଲୋକମାନେ ଏହାକୁ ଗ୍ରୀନ ରିକ୍ସା ନାମରେ ଟ୍ରେଣ୍ଡ କରୁଛନ୍ତି ।

ସମ୍ବନ୍ଧିତ ଖବର କଥା ହୋଇପାରିବେନି ଶିକ୍ଷକ

Tags: