ହରିତ ହିମାଳୟ
ହିମାଳୟ କଥା କହିଲେ ଅନେକ ଭାବନ୍ତି ଖାଲି ବରଫ, ହେଲେ ଏହା ମଧ୍ୟରେ ବି ଭରି ରହିଛି ପ୍ରକୃତି । ଏଠାରେ ମଧ୍ୟ ବାସ କରୁଛନ୍ତି ଅନେକ ପ୍ରାଣୀ ଯେଉଁମାନେ ପୃଥିବୀର ସୁନ୍ଦର ଜୈବବିବିଧତାର ଏକ ଜ୍ବଳନ୍ତ ଉଦାହରଣ । ଆସନ୍ତୁ ଜାଣିବା କିଭଳି ରହିଛି ହିମାଳୟର ଜୈବବିବିଧତା ।
ହିମାଳୟର ପାହାଡ ଓ ଜଙ୍ଗଲରେ ଲୁଚି ରହିଛି ଆମ ଜୈବବିବିଧତାର ଏକ ବିରାଟ ଅଂଶ । ଏହା ଯେପରି ପ୍ରକୃତିର ଏକ ବଡ ଅଂଶକୁ ନିଜ ଭିତରେ ସାଇତି ରଖିଛି । ଏହାର ଛାତିରେ ଘର କରିଛନ୍ତି ଅନେକ ବିରଳ ପଶୁ, ପକ୍ଷୀ ଓ ଉଦ୍ଭିଦ । ଜୈବବିବିଧତା ହେଉଛି ଆମ ପୃଥିବୀର ଲାଇଫ ଲାଇନ, ଏହା ଉପରେ ଆମେ ବିଭିନ୍ନ କଥା ପାଇଁ ନିର୍ଭରଶୀଳ । ଆମର ନିଶ୍ବାସ ଠାରୁ ଆରମ୍ଭ କରି ଖାଦ୍ୟ ଓ ପାନୀୟ ସବୁକିଛି ଏହି ଜୈବବିବିଧତା ଉପରେ ନିର୍ଭର କରୁଛି । ତେଣୁ ଜୈବବିବିଧତାର ସୁରକ୍ଷା କରିବା ଯେପରି ଆମ ପାଇଁ ବାଧ୍ୟତାମୂଳକ । ଏହାକୁ ଆମେ ସୁରକ୍ଷା ନକଲେ ଆମେ ମଧ୍ୟ ସୁରକ୍ଷିତ ରହିପାରିବୁ ନାହିଁ । ବର୍ତ୍ତମାନ କିନ୍ତୁ ଏହା ଉପରେ ଅନେକ ପ୍ରକାର ନକରାତ୍ମକ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ପ୍ରଦୂଷଣ, ଜଙ୍ଗଲ କ୍ଷୟ, ମୃତ୍ତିକା କ୍ଷୟ, ଜଳବାୟୂ ପରିବର୍ତ୍ତନ ଆଦିର ପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ଏହାର ସୁରକ୍ଷା କରିବା ସମସ୍ତଙ୍କର ଗୁରୁ ଦାୟିତ୍ବ । ତେବେ ଆସନ୍ତୁ ଜାଣିବା ହିମାଳୟରେ କିଭଳି ରହିଛି ଜୈବ ବିବିଧତା ।
ଏକ ସ୍ବତନ୍ତ୍ର ଉପହାର
ହିମାଳୟର ସୌନ୍ଦର୍ଯ୍ୟ ଏହାକୁ ସାରା ବିଶ୍ବରେ ଏକ ଭିନ୍ନ ପରିଚୟ ପ୍ରଦାନ କରିଥାଏ । ତେବେ ଏହାର ପରିଚୟ କେବଳ ବରଫରେ ସୀମିତ ହୋଇ ରହି ନାହିଁ । ବରଫର ଆରପାଖରେ ଅନେକ ଏଭଳି ଜିନିଷ ଅଛି ଯାହା ଏହାକୁ ଭିଡ ଭିତରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ହିମାଳୟ ରିଜନ ସାଧାରଣତଃ ତିନୋଟି ସମାନ୍ତରଳ ରିଜନକୁ ନେଇ ଗଠିତ ହୋଇଥାଏ । ଗ୍ରେଟର ହିମାଳୟକୁ ହିମାଦ୍ରୀ, ଲେସର ହିମାଳୟକୁ ହିମାଚଳ ଓ ଶିବାଲିକ ପର୍ବତମାଳାକୁ ନେଇ ଏହା ଗଠିତ । ଏହା ୨୮ ଏନ୍ _ ୩୬ ଏନ୍ ଅକ୍ଷାଂଶ ଏବଂ ୭୨ ଏନ୍ _ ୯୬ ଏନ୍ ଦ୍ରାଘିମା ଭିତରେ ଅବସ୍ଥିତ । ଏହା ୨୫୦୦ କିମିରୁ ୨୦୦ ରୁ ୪୦୦ କିମି ମୋଟେଇ ଭିତରେ ବିସ୍ତୃତ ।



