ବତକ ପେଟରେ ସୁନା
By: Ipsita
ସମ୍ବନ୍ଧିତ ଖବର ହୋଲି ପରେ ନିଅନ୍ତୁ ତ୍ବଚାର ଯତ୍ନ
ନିକଟରେ ଚୀନର ଏକ ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଠିକାର ଏକ କୃଷକ ନିଜ ବତକ କାରଣରୁ ଲକ୍ଷାଧୀକ ଟଙ୍କାର ସୁନା ପ୍ରାପ୍ତ କରିଛନ୍ତି । ସେ ନିଜର ବତକକୁ କାଟିବା ସମୟରେ ପେଟରେ ତାର ସୁନା ଥିବା ଦେଖିଥିଲେ । ଏହି ସୁନାର ମୂଲ୍ୟ ଦେଢଲକ୍ଷ ଟଙ୍କାଥିବା ଜଣା ପଡିଛି । ଏହି ସୁନାର ଓଜନ ୧୦ ଗ୍ରାମ ଥିବା ଜଣାଫଡିଛି । ସାଧାରଣତଃ କୃଷକ ଜଣଙ୍କ ନିଜ ବତକଙ୍କୁ ଚେନଶୁଇ ନଦୀ କୂଳରେ ଚରିବାକୁ ଛାଡିଥାଆନ୍ତି । ତେଣୁ ବିଶ୍ବାସ ରହିଛି କି ବତକଟି ଏଠାରେ ହିଁ ସୁନାର ଉକ୍ତ କଣିକାକୁ ଖାଇଥିବ। ସୂଚନା ଅନୁସାରେ ୧୯୭୦ରୁ ୧୯୯୦ ଭିତରେ ଏହି ନଦୀରେ ସୁନା ମିଳିବା ନେଇ ସୂଚନା ରହିଛି । ସେହିସମୟରେ ସେଠାରୁ ଲୋକମାନେ ସୁନା ଖନନ ମଧ୍ୟ କରିଥିବାର ଜଣା ପଡିଛି । ତେଣୁ ବତକଟି ନଦୀ କୂଳରୁ ହିଁ ଏହି ସୁନା ଖାଇବାନେଇ ଆକଳନ କରାଯାଉଛି ।
ସମ୍ବନ୍ଧିତ ଖବର ସୁନାନାକି ଭଉଣୀ
Tags:



