କୁକୁର ରଖିବାକୁ ପରୀକ୍ଷା
ସାଧାରଣତଃ ଯେ କୌଣସି ପଶୁ ରଖିବାକୁ ହେଲେ ଏହାକୁ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କର ଆଗ୍ରହର ଆବଶ୍ୟକତା ହୋଇଥାଏ । ହେଲେ ଜର୍ମାନର ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ନିୟମର ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନ କୁକୁର ପାଳନ କରିବା ପାଇଁ ଲିଖିତ ସହିତ ପ୍ରାକଫିକାଲ ପରୀକ୍ଷା ମଧ୍ୟ ଦେବାକୁ ହେବ । ଏହି ପରୀକ୍ଷାରେ ଆପଣଙ୍କୁ ସାବସ୍ତ୍ୟ କରିବାକୁ ହେବ କି ଆପଣ ସଠିକ ଢଙ୍ଗରେ କୁକୁରର ପାଳନ କରିପାରିବେ । କୁକୁରଙ୍କ ସମ୍ବନ୍ଧିତ ସମସ୍ତ ତଥ୍ୟ ଆପଣଙ୍କୁ ଜଣାଥିବାର ଆବଶ୍ୟକତା ରହୁଛି । ଏହି ପରୀକ୍ଷାର ୮୦ ପ୍ରତିଶତରୁ ଜବାବ ଦେବା ପାଇଁ ହେବ । ଏହି ପରୀକ୍ଷାରେ ଖାଦ୍ୟ, ସ୍ୱାସ୍ଥ୍ୟ, ଟ୍ରେନିଂ ଓ ବ୍ୟବହାରକୁ ନେଇ ପ୍ରଶ୍ନ ପଚରାଯିବ । ଏହି ପରୀକ୍ଷା ଦେବା ପାଇଁ ୪ ହଜାର ଟଙ୍କାର ଫିସ ଦେବାକୁ ହେବ । ସେହିଭଳି ଲିଖିତ ପରୀକ୍ଷା ସରିଲେ ପ୍ରାକଫିକାଲ ପରୀକ୍ଷା ହେବ, ଯେଉଁଥିରେ ଗ୍ରାଉଣ୍ଡ, କ୍ରାଉଡ ଓ ମାର୍କେଟ ସହିତ ଟେଷ୍ଟ ହେବ । ସେହିଭଳି ଏହି ସମୟରେ କୁକୁରଟି ସମ୍ପୂର୍ଣ୍ଣଭାବେ ମାଲିକଙ୍କ ନିୟନ୍ତ୍ରଣରେ ରହିବା ଦରକାର । ଏହି ପରୀକ୍ଷା ଏକ ଘଣ୍ଟାରୁ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବାନେଇ ସୂଚନା ରହିଛି । ଏହି ଲାଇସେନ୍ସ ଯେଉଁମାନେ ପ୍ରାପ୍ତ କରିବେ ସେମାନଙ୍କୁ ଇନ୍ସìରାଂସ କମ୍ପାନୀ ରିହାତି ପ୍ରଦାନ କରିଥାଆନ୍ତି । ଏପରିକି କିଛି ସ୍ଥାନରେ କୁକୁରଙ୍କୁ ବିନା ଚେନ୍ରେ ମଧ୍ୟ ବୁଲାଇବା ପାଇଁ ଅନୁମତି ମଧ୍ୟ ମିଳିଥାଏ ।


