ତେଲ କିଣିବାକୁ ଯାଉଛନ୍ତି ବିଦେଶ
ଇସ୍ରାଏଲ ଓ ଇରାନ ଯୁଦ୍ଧର ପ୍ରଭାବ ବିଶ୍ବର ଅନେକ ଦେଶରେ ଦେଖିବାକୁ ମିଳୁଛି । ମଧ୍ୟପ୍ରାଚ୍ୟର ଏହି ଲଢେଇ କାରଣରୁ ବିଭିନ୍ନ ଦେଶରେ ତେଲ ଦର ବଢୁଥିବା ଦେଖିବାକୁ ମିଳୁଛି । ନିକଟରେ ଜର୍ମାନୀରେ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାର ଖବର ସାମନାକୁ ଆସିଥିଲା । ତେବେ ଏହି ଦେଶର ଲୋକମାନେ ଏହି ବର୍ଦ୍ଧିତ ପେଟ୍ରୋଲ ଦରରୁ ବଞ୍ଚିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି । ଦେଶବାସୀ ନିଜ କାରଟାଙ୍କିକୁ ଫୁଲ କରିବା ପାଇଁ ସୀମା ପାର କରୁଥିବା ଦେଖିବାକୁ ମିଳୁଛି । ଏପରିକି କିଛି ଲୋକ ଏହି ସମୟରେ ବ୍ୟାରେଲରେ ମଧ୍ୟ ତେଲ ଭରି ଆଣୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ପୋଲାଣ୍ଡରେ ଫୁଏଲର ଦାମ କମ ରହିଛି ତେଣୁ ଲୋକ ଏଠାକୁ ତେଲ କିଣିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଏପରିକି ଲୋକମାନେ ଅଫିସରୁ ଛୁଟି ନେଇ ତେଲ ଭରିବାକୁ ପୋଲାଣ୍ଡ ଯାଉଥିବା ସାମନାକୁ ଆସିଛି ।
Tags:



