ଛେଳି ଖାଉଛି ବିରିୟାନୀ !

ଛେଳି ଖାଉଛି ବିରିୟାନୀ !
Ipsita Picture
By: Ipsita
Published On

 

ଜଣେ ଛେଳି ବେଶ୍ ଆନନ୍ଦର ସହ ମଟନ ବିରିୟାନୀ ଖାଉଥିବାର ଏକ ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସାଧାରଣତଃ ଛେଳି ଘାସ, ପତ୍ର ଏବଂ ଦାନା ଖାଉଥିବା ବେଳେ ଭିଡିଓରେ ଦେଖିବାକୁ ମିଳୁଥିବା ଏହି ଛେଳିଟି ଚାଉଳ ସହିତ ମଟନ ଖଣ୍ଡଗୁଡ଼ିକୁ ବେଶ୍  ମଜାର ସହ ଖାଉଛି । ତେବେ ଛେଳିଟିର ମାଲିକଙ୍କ କହିବା ଅନୁସାରେ, ଏହି ଛେଳିଟି ଗତ କିଛି ମାସ ହେବ ଆମିଷ ଭୋଜନ ଖାଉଛି ଏବଂ ତାକୁ ଘାସ-ପତ୍ର ଜମାରୁ ପସନ୍ଦ ଆସୁନାହିଁ । ମାଲିକ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ବି ଘରେ ଚିକେନ୍ କିମ୍ବା ମଟନ ବିରିୟାନୀ ତିଆରି ହୁଏ, ଛେଳିଟି ତୁରନ୍ତ ସେଠାରେ ପହଞ୍ଚି ଖାଦ୍ୟ ଖାଇଥାଏ । ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅନେକ ମଜାଦାର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Tags: