ପାରମ୍ପରିକ ପୋଷାକର ଝଲକ

ପାରମ୍ପରିକ ପୋଷାକର ଝଲକ
Ipsita Picture
By: Ipsita
Published On

 

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ଅଭିନେତ୍ରୀମାନେ ଅନେକଥର ଭାରତର ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି । ଏହି ତାଲିକା ଖୁବ ଲମ୍ବା ରହିଛି ।

ଐଶ୍ୱର୍ଯ୍ୟା ରାୟ

ଐଶ୍ୱର୍ଯ୍ୟା ରାୟ ୨୦୦୩ ମସିହାରେ କାନ୍ସରେ ଜୁରୀ ସଦସ୍ୟ ଭାବେ ଯୋଗ ଦେଇଥିଲେ । ସେ ୨୦୦୪ ମସିହାରେ କାନ୍ସ ରେଡ୍ କାର୍ପେଟ୍ରେ ପାରମ୍ପରିକ ପୋଷାକ ସହିତ ଫ୍ଲାଟ୍ ଚପଲ ପିନ୍ଧିଥିଲେ । ଯାହା ସେତେବେଳେ ଖୁବ ଚର୍ଚ୍ଚାରେ ରହିଥିଲା ।

ନନ୍ଦିତା ଦାସ

ଅଭିନେତ୍ରୀ ନନ୍ଦିତା ଦାସ ୨୦୦୫ ମସିହାରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଜୁରୀ ସଦସ୍ୟ ଭାବେ ସାମିଲ ହୋଇଥିଲେ । ସେ ଅଧିକାଂଶ ସମୟରେ ରେଡ୍ କାର୍ପେଟ୍ରେ ସୁନ୍ଦର ଭାରତୀୟ ଶାଢ଼ୀ ପିନ୍ଧିଥିବାର ନଜର ଆସନ୍ତି । ଯାହା ଭାରତୀୟ ସଂସ୍କୃତିର ପ୍ରତିଫଳନ କରିଥାଏ ।

ଶର୍ମିଲା ଟାଗୋର

ବରିଷ୍ଠ ଅଭିନେତ୍ରୀ ଶର୍ମିଲା ଟାଗୋର ୨୦୦୯ ମସିହାରେ କାନ୍ସରେ ଜୁରୀ ସଦସ୍ୟ ଭାବେ ଯୋଗ ଦେଇଥିଲେ ।

ସେ ରେଡ କାର୍ପେଟ ପାରମ୍ପରିକ ଭାରତୀୟ ଶାଢ଼ୀ ପିନ୍ଧି ରେଡ୍ କାର୍ପେଟ୍ର ଶୋଭା ବଢ଼ାଇଥିଲେ ।

ବିଦ୍ୟା ବାଲାନ

ଅଭିନେତ୍ରୀ ବିଦ୍ୟା ବାଲାନ ୨୦୧୩ ମସିହାରେ କାନ୍ସର ଜୁରୀ ସଦସ୍ୟ ଭାବେ ଯୋଗଦେବା ସମୟରେ ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଶାଢ଼ୀ ପିନ୍ଧି ଥିବାର ନଜର ଆସିଥିଲେ ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ୨୦୨୨ ମସିହାରେ ରେଡକାର୍ପେଟରେ ଏକ ସୁବର୍ଣ୍ଣ ଓ କଳା ରଙ୍ଗର  ସବ୍ୟସାଚୀ ଶାଢ଼ୀ ପିନ୍ଧିଥିଲେ, ଯାହା ଖୁବ ଚର୍ଚ୍ଚାରେ ରହିଥିଲା ।

ସୋନମ କପୁର

ସୋନମ କପୁର କାନ୍ସ ରେଡ୍ କାର୍ପେଟ୍ରେ ତାଙ୍କର ଅତ୍ୟାଧୁନିକ ଏବଂ ପାରମ୍ପରିକ ପୋଷାକର ଅପୂର୍ବ ମିଶ୍ରଣ ପାଇଁ ଜଣାଶୁଣା । ସେ ଅନେକ ଥର ଭାରତୀୟ ସୂତା ଏବଂ କାରିଗରୀରେ ନିର୍ମିତ ପାରମ୍ପରିକ ଶାଢ଼ୀ ପିନ୍ଧି ବିଶ୍ୱର ନଜର ଆକର୍ଷଣ କରିଛନ୍ତି ।

ଅଦିତି ରାଓ ହାଇଦରୀ

ଅଦିତି ରାଓ ହାଇଦରୀ ତାଙ୍କର ସରଳ ଏବଂ ରାଜକୀୟ ଶୈଳୀ ପାଇଁ କାନ୍ସରେ ବହୁତ ପ୍ରଶଂସିତ ହୋଇଛନ୍ତି । ସେ ପ୍ରାୟତଃ ପାରମ୍ପରିକ ହସ୍ତତନ୍ତ ଶାଢ଼ୀ କିମ୍ବା ଭାରତୀୟ ଏଥନିକାଲ୍ ପୋଷାକରେ ନଜର ଆସନ୍ତି ।

Tags: