ଭାରତୀୟ ସଂସ୍କୃତିର ଝଲକ

ଭାରତୀୟ ସଂସ୍କୃତିର ଝଲକ
Ipsita Picture
By: Ipsita
Published On

 

ଫ୍ରାନ୍ସରେ ଆୟୋଜିତ ପ୍ରତିଷ୍ଠିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏଥର ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ଅପୂର୍ବ ଝଲକ ଦେଖିବାକୁ ମିଳିଛି । ଯେଉଁଠାରେ ଅଭିନେତ୍ରୀ ଆରତୀ କ୍ଷେତ୍ରପାଳ ସନାତନ ଧର୍ମ ଥିମ୍ ଆପଣେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଭଗବାନ ଶ୍ରୀକୃଷ୍ଣ ଓ ବୃନ୍ଦାବନ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ଏକ ପାରମ୍ପରିକ ଲେହେଙ୍ଗା ପିନ୍ଧିବା ସହ ହାତରେ ପବିତ୍ର ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ବେକରେ ତୁଳସୀ କଣ୍ଠି ମାଳା ଧାରଣ କରି ନିଜର ଆଧ୍ୟାତ୍ମିକ ଯାତ୍ରାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଛନ୍ତି । ଅପରପକ୍ଷରେ, ପଞ୍ଜାବୀ ଅଭିନେତ୍ରୀ ରୂପ୍ ଗିଲ୍ ମଧ୍ୟ କାନ୍ସ ରେଡ୍ କାର୍ପେଟରେ ନିଜର ଡେବ୍ୟୁ କରି ସମ୍ପୂର୍ଣ୍ଣ ଦେଶୀ ଅନ୍ଦାଜରେ ନଜର ଆସିଥିଲେ । ଯେଉଁଠାରେ ସେ ତାଙ୍କ ପୋଷାକରେ ପଞ୍ଜାବୀ ଭାଷାରେ ଚଢଦୀ କଲାଲେଖାଇ କାନ୍ସ କାର୍ପେଟରେ ପଞ୍ଜାବର ମାଟିର ମହକକୁ ପହଞ୍ଚାଇଥିଲେ । ସେହିଭଳି ଆଲିଆଙ୍କର କାନ୍ସ ଲୁକ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି ।

Tags: