ଧାରରେ ଦେଉଛନ୍ତି ବୟସ
By: Ipsita
ସମ୍ବନ୍ଧିତ ଖବର ସକାଳର ପାନୀୟ
ଚୀନରେ ଏଭଳି ଅନେକ ପରମ୍ପରା ରହିଛି ଯାହା ବେଶ ଆଶ୍ଚର୍ଯ୍ୟଜନକ ହୋଇଥାଏ । ସେହିଭଳି ଏକ ପରମ୍ପରା ହେଉଛି ବୟସ ଧାର ଦେବା । ଚୀନର କିଛି ଅଂଶରେ ଏହି ପରମ୍ପରାକୁ ଅନୁକରଣ କରାଯାଇଥାଏ । ଏହି ପରମ୍ପରା ଅନୁସାରେ ଯଦି ଜଣେ ସଦସ୍ୟ ଗମ୍ଭୀରଭାବେ ରୋଗରେ ପିଡିତ ହୋଇଥାଆନ୍ତି, ତେବେ ପରିବାରର କେହି ଅନ୍ୟ ସଦସ୍ୟ ନିଜ ବୟସରୁ କିଛି ଅଂଶ ଦେବତାଙ୍କୁ ଦାନ କରନ୍ତି । ଯାହାଫଳରେ ଉକ୍ତ ରୋଗୀଙ୍କର ବୟସ ବଢିପାରିବ । ପ୍ରାଚୀନ ଚୀନର ଲୋକଙ୍କ ବିଶ୍ବାସ ଥିଲା କି ମଣିଷଙ୍କର ବୟସ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ହେଲେ ଏହାକୁ ପରିବର୍ତ୍ତନ ମଧ୍ୟ କରାଯାଇପାରିବ । ଜଣେ ଅନ୍ୟଜଣେ ବ୍ୟକ୍ତିପାଇଁ ନିଜର କିଛି ଆୟୁ ଧାରଦେଇ ଦେବତାଙ୍କ ପାଖରୁ କିିଛି ଆୟୁଷ ମାଗିପାରିବ । ତେବେ ଏଥିପାଇଁ କିଛିା ନିୟମ ମାନିବାକୁ ହେବ, ଏଥିପାଇଁ ପିଲାମାନଙ୍କୁ ଉପବାସ କରିବା ସହିତ ଶରୀରକୁ ଶୁଦ୍ଧ କରିବାର ନିୟମ ପାଳିବାକୁ ହୋଇଥାଏ । ଏହିପରି କିଛି ରୀତିନୀତିର ପାଳନ କରି ଏହି ପ୍ରକ୍ରିୟାକୁ ପୂର୍ଣ୍ଣ କରାଯାଇଥାଏ ।
ସମ୍ବନ୍ଧିତ ଖବର ଶରୀରରେ ମିଳାଇବ ପେସ୍ମେକର
Tags:



