ନିଜକୁ ଦିଅନ୍ତୁ ସମୟ

ନିଜକୁ ଦିଅନ୍ତୁ ସମୟ
Ipsita Picture
By: Ipsita
Published On

 

ଏହି ଆନ୍ତର୍ଜାତିକ ମହିଳା ଦିବସରେ, ନିଜର  ଦୈନନ୍ଦିନ ସ୍ୱାସ୍ଥ୍ୟ, ଶାନ୍ତି ଏବଂ ଆତ୍ମବିଶ୍ୱାସକୁ କିଭଳି ସଜାଡି ପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଜଣେ ମହିଳା ଯେତେବେଳେ ନିଜର ଛୋଟ ଛୋଟ ଅଭ୍ୟାସରେ ଉନ୍ନତି ଆଣନ୍ତି, ସେତେବେଳେ ସେ କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ପରିବାର ପାଇଁ ଏକ ସୁସ୍ଥ ପରିବେଶ ଗଢିଥାଆନ୍ତି ।ଅନେକ ସମୟରେ ମହିଳାମାନେ ଆଲମାରିର ସବୁଠାରୁ ଦାମୀ ଶାଢ଼ୀ ବା ସୁଟ୍କୁ କେବଳ ବର୍ଷକୁ ଥରେ କିମ୍ବା ଦୁଇଥର କୌଣସି ବାହାଘର କିମ୍ବା ଉତ୍ସବ ପାଇଁ ରଖିଥାଆନ୍ତି । କିନ୍ତୁ ପ୍ରତିଦିନ ଅଫିସ ବା ଘରେ ପିନ୍ଧୁଥିବା ପୋଷାକ ଉପରେ ଧ୍ୟାନ ଦେଇନଥାଆନ୍ତି । କିନ୍ତୁ ସେମାନେ ୯୦ ପ୍ରତିଶତ ଏହି ଦୈନନ୍ଦିନ ପୋଷାକରେ ବିତାଇଥାଆନ୍ତି, ତେଣୁ ଏହାପ୍ରତି ଧ୍ୟାନଦେବାର ଆବଶ୍ୟକତା ବେଶି ରହିଛି । ଏହା ଆତ୍ମବିଶ୍ବାସ ବଢାଇବାରେ ସହାୟକ ହୋଇଥାଏ । ସେହିଭଳି ଅନେକ ସମୟରେ ଦେଖିବାକୁ ମିଳେ ମହିଳାମାନେ ନିଜର ଶୋଇବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏପରିକି ଏଥିପାଇଁ କୌଣସି ଆରାମଦାୟକ ଜିନିଷ କିଣିବାପ୍ରତି ମଧ୍ୟ ମନ ବଳାନ୍ତି ନାହିଁ, ହେଲେ ଏହାର ପ୍ରଭାବ ସେମାନଙ୍କର ଦୈନନ୍ଦିନ ଜୀବନରେ ପଡିଥାଏ । ସେହିଭଳି ଦେଖିବାକୁମିଳେ ବିବାହ ପୂର୍ବରୁ ମହିଳାମାନେ ନିଜର ତ୍ୱଚାର ଯତ୍ନ ନେଇଥାଆନ୍ତି, ହେଲେ ବିବାହ ପରେ ନିଜ ପାଇଁ ସମୟ କାଢିବାକୁ କୁଣ୍ଠାବୋଧ କରନ୍ତି । ହେଲେ ଏଭଳି କରିବା ଉଚିତ ନୁହେଁ । ନିଜ ପାଇଁ ସମୟ କାଢିବା କୌଣସି ଅପରାଧ ନୁହେଁ । ନିଜକୁ ଭଲ ପାଇଲେ ହିଁ ଅନ୍ୟକୁ ଭଲପାଇ ପାରିବ । ତେଣୁ ନିଜ ପାଇଁ ସମୟ କାଢିବାକୁ କେବେ ବି କୁଣ୍ଠାବୋଧ କରନ୍ତୁ ନାହିଁ ।

Tags: