ଆମ ପରିଚୟ
ଓଡ଼ିଶାର ଏଭଳି ଅନେକ ସାମଗ୍ରୀ ରହିଛି ଯାହା କେବଳ ଓଡ଼ିଶାର, ଏହି ସାମଗ୍ରୀ ଗୁଡିକ ପଛରେ ଅନ୍ୟ କୌଣସି ରାଜ୍ୟର ନାଁ ଯୋଡି ହୋଇ ପାରିବ ନାହିଁ । ଏହି ପ୍ରକ୍ରିୟାକୁ ଜିଆ ଆଇ ଟ୍ୟାଗ କୁହାଯାଇଥାଏ, ଆସନ୍ତୁ ଜାଣିବା କଣ ଏହି ଜିଆଇ ଟ୍ୟାଗ । ଭୌଗୋଳିକ ଉପଦର୍ଶନ କିମ୍ବା ଜିଆଇ ଟ୍ୟାଗ ହେଉଛି ଏକ ନାମ ବା ଚିହ୍ନ ଯାହା କୌଣସି ଏକ ସହର, ଅଞ୍ଚଳ ବା ଦେଶର ଏକ ନିର୍ଦ୍ଧିଷ୍ଟ ଉତ୍ପାଦ ବା […]
ଓଡ଼ିଶାର ଏଭଳି ଅନେକ ସାମଗ୍ରୀ ରହିଛି ଯାହା କେବଳ ଓଡ଼ିଶାର, ଏହି ସାମଗ୍ରୀ ଗୁଡିକ ପଛରେ ଅନ୍ୟ କୌଣସି ରାଜ୍ୟର ନାଁ ଯୋଡି ହୋଇ ପାରିବ ନାହିଁ । ଏହି ପ୍ରକ୍ରିୟାକୁ ଜିଆ ଆଇ ଟ୍ୟାଗ କୁହାଯାଇଥାଏ, ଆସନ୍ତୁ ଜାଣିବା କଣ ଏହି ଜିଆଇ ଟ୍ୟାଗ ।
ଭୌଗୋଳିକ ଉପଦର୍ଶନ କିମ୍ବା ଜିଆଇ ଟ୍ୟାଗ ହେଉଛି ଏକ ନାମ ବା ଚିହ୍ନ ଯାହା କୌଣସି ଏକ ସହର, ଅଞ୍ଚଳ ବା ଦେଶର ଏକ ନିର୍ଦ୍ଧିଷ୍ଟ ଉତ୍ପାଦ ବା ଜିନିଷ ବିଷୟରେ ବୁଝାଇଥାଏ । ବିଶ୍ୱ ବାଣିଜ୍ୟ ସଙ୍ଗଠନର ଏକ ସଦସ୍ୟ ହେତୁ ଭାରତ ଏହି ନିୟମକୁ ୧୫ ସେପେଫମ୍ବର ୨୦୦୩ରୁ ପ୍ରଚଳନ କରିଆସୁଛି । ଏହି ନିୟମ କୌଣସି ଏକ ଜିନିଷକୁ ଏକ ପ୍ରାନ୍ତର ବୋଲି ସୂଚାଇଥାଏ । ବିଶେଷଭାବେ କୃଷିଜାତ ଦ୍ରବ୍ୟ, ଖାଦ୍ୟ ପଦାର୍ଥ, ହସ୍ତତନ୍ତ ଓ ଶିଳ୍ପ ଉତ୍ପାଦ ପାଇଁ ଏହି ଜିଆଇ ଟ୍ୟାଗ ବ୍ୟବହାର କରାଯାଇଥାଏ । ଏହା ସମ୍ପୃକ୍ତ ସାମଗ୍ରୀକୁ ଉକ୍ତ ଅଞ୍ଚଳର ବୋଲି ସୂଚାଇଥାଏ । ଜିଆଇ ଟ୍ୟାଗ ମିଳିଥିବା ସାମଗ୍ରୀ ପଛରେ ଅନ୍ୟସ୍ଥାନର ନାଁ ଯୋଡାଯାଇ ପାରିବ ନାହିଁ ବୋଲି ଏହା ସୂଚାଇଥାଏ । ବିଭିନ୍ନ ସାମଗ୍ରୀର ପାରମ୍ପରିକତାକୁ ସୁରକ୍ଷା ଦେବା ପାଇଁ ଏହି ପ୍ରକ୍ରିୟାକୁ ଆପଣା ଯାଇଥାଏ । ଯେପରି କୌଣସି ସାମଗ୍ରୀ ନିଜର ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ହେଉ କିମ୍ବା ରକ୍ଷଣାବେକ୍ଷଣ ହେଉ ସେ ସବୁକୁ ନହରାଇବ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥାଏ ।

କିଭଳି ମିଳିଥାଏ ଜିଆଇ ଟ୍ୟାଗ୍
ଏହା ଏକ ନ୍ୟୟିକ ବ୍ୟବସ୍ଥା ହୋଇଥାଏ । ଭାରତରେ ଭୌଗୋଳିକ ଉପଦର୍ଶନ କିମ୍ବା ଜିଆଇ ଟ୍ୟାଗର ବ୍ୟବସ୍ଥା ରେଜିଷ୍ଟ୍ରସନ ଓ ପ୍ରୋଟେକସନ୍ ଆକ୍ଟ ୧୯୯୯ ଅଧୀନରେ କରାଯାଇଥାଏ । ଯାହା ଭାରତରେ ୨୦୦୩ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଚେନ୍ନାଇଥିବା କାର୍ଯ୍ୟାଳୟ ସମସ୍ତ ଆବେଦନ ଫର୍ମକୁ ମ୍ୟାନେଜ କରିଥାଏ । ମୁଖ୍ୟତଃ ଏହି ପ୍ରକ୍ରିୟା କିଛିଟା ଷ୍ଟେପ ଦେଇ କାର୍ଯ୍ୟକାରୀ ହୋଇଥାଏ । ପ୍ରଥମେ କୌଣସି ସାମଗ୍ରୀପାଇଁ ଜିଆଟ୍ୟାଗ ପାଇବାକୁ ହେଲେ ଆବେଦନ କରିବାକୁ ହୋଇଥାଏ । ଏକ ଆବେଦନ ଫର୍ମ ଜିଆଇ ରେଜିଷ୍ଟ୍ରରଙ୍କୁ ଦିଆଯାଇଥାଏ । ଏହି ଫର୍ମକୁ କୌଣସି ସଂସ୍ଥା, ବ୍ୟକ୍ତି କିମ୍ବା ରାଜ୍ୟ ସରକାର ମଧ୍ୟ କରିପାରିବେ । ଏହାପରେ ଏହି ଆବେଦନ ଉପରେ ପ୍ରାରମ୍ଭିକ ତଦନ୍ତ କରାଯାଇଥାଏ । କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତାମାନେ ଆବେଦନ ଫର୍ମ ସହିତ ସମସ୍ତ ନଥିପତ୍ର ଓ ତଥ୍ୟ ରହିଛି କି ନାହିଁ ଏହାର ଯାଞ୍ଚ କରି ଥାଆନ୍ତି । ସେମାନେ ଦେଖନ୍ତି ଏହି ସାମଗ୍ରୀ ଜିଆଇ ଟ୍ୟାଗ ପାଇବାକୁ ସମର୍ଥ କି ନାହିଁ । ଏହାପରେ ସେମାନଙ୍କ ଫର୍ମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ଜର୍ଣ୍ଣାଲରେ ଛପା ଯାଇଥାଏ । ତିନି ମାସ ମଧ୍ୟରେ ଯଦି କୌଣସି ଆପତ୍ତି ନଆସେ ତେବେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ । ଏହାପରେ ଜିଆଇ ରେଜିଷ୍ଟ୍ରର ହୋଇଥାଏ ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । ତେବେ ଏହି ଜିଆଇ ରେଜିଷ୍ଟ୍ରେସନ ୧୦ ବର୍ଷ ପର୍ଯ୍ୟନ୍ତ ବୈଧ ହୋଇଥାଏ ଏହାପରେ ଏହାକୁ ନବୀକରଣ କରିବାକୁ ପଡିଥାଏ ।

ଜିଆଇ ଟ୍ୟାଗର ଗୁରୁତ୍ୱତା
ଜିଆଇ ଟ୍ୟାଗ ସାଧାରଣତ କୌଣସି ଅଞ୍ଚଳର ପାରମ୍ପରିକ ସାମଗ୍ରୀକୁ ସୁରକ୍ଷା ଦେଇଥାଏ । ପିଢି ପରେ ପିଢି ଦେଇ ଚାଲିଆସୁଥିବା କିଛି ପାରମ୍ପରିକ ସାମଗ୍ରୀର ପାରମ୍ପରିକତାକୁ ଏହା ସୁରକ୍ଷିତ ରଖିଥାଏ । ସେହିଭଳି ଜିଆଇ ଟ୍ୟାଗ ଦ୍ୱାରା ପଞ୍ଜକୃତ ହୋଇଥିବା ସାମଗ୍ରୀ ଗୁଡିକର ମୂଲ୍ୟ ମଧ୍ୟ ବଢିଥାଏ । ଯାହାଫଳରେ ଗ୍ରାମୀଣ ଅଞ୍ଚଳରେ ଥିବା ବ୍ୟବସାୟୀଙ୍କ ବ୍ୟବସାୟ ବଢିଥାଏ । ସେମାନଙ୍କ ରୋଜଗାର ଦ୍ୱିଗୁଣିତ ହୋଇଥାଏ । ଜିଆଇ ଟ୍ୟାଗ ଫଳରେ ଲୋକାଲ ସାମଗ୍ରୀର ଚାହିଦା ମଧ୍ୟ ବଢିଥାଏ । ସେହିଭଳି ଜିନିଷର ମାନ ମଧ୍ୟ ଭଲ ରହିଥାଏ ଏବଂ ସମସ୍ତେ ଅସଲି ସାମଗ୍ରୀ ପାଇଥାଆନ୍ତି । ସେହିଭଳି ଜିଆଇ ଟ୍ୟାଗ କାରଣରୁ ନକଲି ସାମଗ୍ରୀ ବିକ୍ରିକୁ ରୋକି ହୋଇଥାଏ । ବିଶ୍ୱରେ ଏଭଳି ଅନେକ ସାମଗ୍ରୀ ରହିଛି ଯେଉଁଗୁଡିକର ଜିଆ ଟ୍ୟାଗ୍ ରହିଛି । ଏହି ତାଲିକାରେ ଭାରତର ମଧ୍ୟ ସାମଗ୍ରୀ ସାମିଲ ରହିଛି ।




