ସୃଦଢ କରିଛି ପରିଚୟ
ଓଡ଼ିଶାର କଳା, ସଂସ୍କୃତି ଏବଂ ଖାଦ୍ୟପେୟର ସ୍ୱତନ୍ତ୍ରତା ପାଇଁ ଅନେକ ଦ୍ରବ୍ୟକୁ ଭାରତ ସରକାରଙ୍କ ପକ୍ଷରୁ ଭୌଗୋଳିକ ସୂଚକ ବା ଜିଆଇ ଟ୍ୟାଗ ପ୍ରଦାନ କରାଯାଇଛି । ଯାହା ଓଡ଼ିଶାର ପରିଚୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆହୁରି ସୃଦୁଢ କରିଛି ।
ଓଡ଼ିଶା ରସଗୋଲା: ଓଡ଼ିଶାର ପାରମ୍ପରିକ ମିଷ୍ଟାନ୍ନ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଶ୍ରୀମନ୍ଦିରରେ ନୈବେଦ୍ୟ ଭାବେ ଅର୍ପଣ କରାଯାଇ ଆସୁଛି। ଏହାକୁ ୨୦୧୯ରେ ଜିଆ ଟ୍ୟାଗ ପ୍ରାପ୍ତ ହୋଇଛି ।
କନ୍ଧମାଳ ହଳଦୀ: ଏହାର ଔଷଧୀୟ ଗୁଣ ଏବଂ ପ୍ରାକୃତିକ ସୁଗନ୍ଧ ପାଇଁ ଏହା ବିଶ୍ୱପ୍ରସିଦ୍ଧ ।
ମୟୂରଭଞ୍ଜ କାଇ ଚଟଣି: ନାଲି ପିମ୍ପୁଡ଼ିରେ ପ୍ରସ୍ତୁତ ଏହି ଚଟଣି ନିକଟରେ ଜିଆଇ ଟ୍ୟାଗ୍ ପାଇ ଓଡ଼ିଶାର ଆଦିବାସୀ ପରମ୍ପରାକୁ ଗୌରବାନ୍ୱିତ କରିଛି ।
ନୟାଗଡ଼ କଣ୍ଟିଆମୁଣ୍ଡି ବାଇଗଣ: ଏହି ବାଇଗଣର ସ୍ୱାଦ ଏବଂ କମ୍ ମଞ୍ଜି ଯୋଗୁଁ ଏହା ସ୍ୱତନ୍ତ୍ର ।
ସମ୍ବଲପୁରୀ ବାନ୍ଧ ଶାଢ଼ୀ: ଏହାର ଅନନ୍ୟ ବୁଣାକାରି ଶୈଳୀ ଏବଂ 'ଇକତ୍' ଡିଜାଇନ୍ ପାଇଁ ଏହା ସାରା ବିଶ୍ୱରେ ପରିଚିତ ।
ଖଣ୍ଡୁଆ ପାଟ: ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ଏହି ପାଟ ବସ୍ତ୍ରରେ ଶ୍ଳୋକ ଖୋଦିତ ହୋଇଥାଏ ।
କୋଟପାଡ଼ ହସ୍ତତନ୍ତ ବସ୍ତ୍ର: କୋରାପୁଟର ଆଦିବାସୀ ଶୈଳୀରେ ପ୍ରସ୍ତୁତ ଏହି ବସ୍ତ୍ରରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ ।
ବୋମକେଇ ଶାଢ଼ୀ: ଗଞ୍ଜାମ ଜିଲ୍ଲାର ଏହି କଳାତ୍ମକ ବୁଣାକାରି ଶୈଳୀ ବହୁତ ପୁରୁଣା ଓ ଆକର୍ଷଣୀୟ ।
ବ୍ରହ୍ମପୁରୀ ପାଟ: ଏହାକୁ 'ଫୋଡ଼ା କୁମ୍ଭ' ଶାଢ଼ୀ ମଧ୍ୟ କୁହାଯାଏ, ଯାହା ଗଞ୍ଜାମର ଅନନ୍ୟ କଳା ।
ପିପିଲି ଚାନ୍ଦୁଆ : ବିଭିନ୍ନ ରଙ୍ଗର କପଡ଼ାକୁ କାଟି ସୁନ୍ଦର କଳାକୃତି ପ୍ରସ୍ତୁତ କରାଯାଏ, ଯାହା ବିଶେଷ କରି ରଥଯାତ୍ରା ସମୟରେ ବ୍ୟବହାର ହୁଏ ।
କୋଣାର୍କ ପଥର ଖୋଦେଇ: ଶିଳ୍ପୀଙ୍କ ନିହାଣ ମୁନରେ ପଥର ଉପରେ ଜୀବନ୍ତ କଳାକୃତି ପାଇଁ ଓଡ଼ିଶାର ଏହି ଶିଳ୍ପ ଜିଆଇ ଟ୍ୟାଗ୍ ପାଇଛି ।
ପଟ୍ଟଚିତ୍ର: ରଘୁରାଜପୁରର ପାରମ୍ପରିକ ରଙ୍ଗରେ କପଡ଼ା ବା ତାଳପତ୍ର ଉପରେ କରାଯାଉଥିବା ଚିତ୍ରକଳା ।
ଗଞ୍ଜାମ କେତକୀ ଫୁଲ କାମ: କେତକୀ ଫୁଲକୁ ବ୍ୟବହାର କରି ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତ କରାଯାଏ ।
ଗଞ୍ଜାମ କେଉଡ଼ା ଫୁଲ ଓ ରସ: ଏଥିରୁ ଅତର ଏବଂ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତ କରାଯାଏ ।




