ଭୂତ ମନ୍ଦିର
ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାସ୍ଥିତ କୌସାନୀ ସରକାରୀ ଇଣ୍ଟର କଲେଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ 'ଅତୃପ୍ତ ଆତ୍ମା'ର ଶାନ୍ତି ପାଇଁ ସ୍କୁଲ ପରିସରରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୩୫ ବର୍ଷ ପୂର୍ବେ ସ୍କୁଲ ନିକଟରେ ଜଣେ ନେପାଳୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ଏବଂ ସେବେଠାରୁ ତାଙ୍କ ଭୂତ ପିଲାମାନଙ୍କୁ ଭୟଭୀତ କରୁଥିବା ବିଶ୍ୱାସ କରାଯାଉଥିଲା । ଏହି ଭୟ ଦୂର କରିବା ପାଇଁ ସ୍କୁଲର ପ୍ରତ୍ୟେକ ପିଲାଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ମୋଟ ୨୧,୮୦୦ ଟଙ୍କା ଚାନ୍ଦା ଆଦାୟ କରାଯାଇ ଏହି ମନ୍ଦିର ଗଢ଼ାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ପରି ସମ୍ବେଦନଶୀଳ ସ୍ଥାନରେ ଏଭଳି ଅନ୍ଧବିଶ୍ୱାସଜନିତ କାର୍ଯ୍ୟ ଶିକ୍ଷାଦାନ ଏବଂ ସାମାଜିକ ପରିବେଶ ଉପରେ କୁପ୍ରଭାବ ପକାଉଥିବାରୁ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।
Tags:



