ଭୂତ ସାଇକେଲ

ଭୂତ ସାଇକେଲ
Ipsita Picture
By: Ipsita
Published On

 

ଗୁଜରାଟର ରାସ୍ତାରେ ଏକ  ସାଇକେଲ ଗଡୁଛି, ଯାହାକୁ ସ୍ଥାନୀୟ ଲୋକେ 'ଭୂତ ସାଇକେଲ୍' ବୋଲି କହୁଛନ୍ତି । ତେବେ ସୁରଟର ଶିବମ୍ ମୌର୍ଯ୍ୟ ନିଜର ଅସାଧାରଣ ଚିନ୍ତାଧାରା ଓ ବୈଷୟିକ ଜ୍ଞାନକୌଶଳ ବଳରେ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ସାଇକେଲକୁ ଦେଖିଲେ ମନେହୁଏ ସତେ ଯେମିତି କେହି ଜଣେ ଅଦୃଶ୍ୟ ମଣିଷ ଏହାକୁ ଚଲାଉଛି । ଏହି ସାଇକେଲ୍କୁ ଏଭଳି ଭାବେ ଡିଜାଇନ୍ କରାଯାଇଛି ଯେ, ଏହାର ପ୍ୟାଡାଲ୍ରେ ଦୁଇଟି ଡମି (ନକଲି) ଗୋଡ଼ ଲଗାଯାଇଛି, ଯାହା ସାଇକେଲ୍ ଚାଲିବା ସମୟରେ ପ୍ରକୃତ ଗୋଡ଼ ଭଳି ବୁଲିଥାଏ ଏବଂ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ତେବେ ଏହା କେବଳ କୌଣସି ସାଧାରଣ ଚାଲାକି ବା ଟ୍ରିକ୍ ନୁହେଁ, ବରଂ ଏଥିରେ ସ୍ମାର୍ଟ ଟେକ୍ନୋଲୋଜିର ଚମତ୍କାର ବ୍ୟବହାର କରାଯାଇଛି । ଯେଉଁଥିରେ ସାଇକେଲ୍ର ସମ୍ମୁଖ ଚକରେ ଏକ ଶକ୍ତିଶାଳୀ ମୋଟର ଲଗାଯିବା ସହ ବିଭିନ୍ନ ସେନ୍ସର ଏବଂ ରାସ୍ପବେରୀ ପାଇ ଭଳି ଆଧୁନିକ ମାଇକ୍ରୋକଣ୍ଟ୍ରୋଲର ପ୍ରଯୁକ୍ତିବିଦ୍ୟା ଖଞ୍ଜାଯାଇଛି । ଏହି ସ୍ମାର୍ଟ ସାଇକେଲ୍କୁ ମୋବାଇଲ୍ ଆପ୍, ରିମୋଟ୍ କଣ୍ଟ୍ରୋଲ୍ କିମ୍ବା ପୂର୍ବରୁ ସେଟ୍ କରାଯାଇଥିବା ଜିପିଏସ୍ ରୁଟ୍ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ (ଅଟୋମ୍ୟାଟିକ୍) ଭାବେ ମଧ୍ୟ ରାସ୍ତାରେ ଚଲାଯାଇପାରିବ। ଶିବମ୍ ମୌର୍ଯ୍ୟ ନିଜ ସହଯୋଗୀ ଗୁରପ୍ରୀତ ଅରୋଡ଼ାଙ୍କ ସହ ମିଶି ପ୍ରାୟ ୩ ମାସର କଠିନ ପରିଶ୍ରମ ପରେ ଏହି ଅଭିନବ ପ୍ରୋଜେକ୍ଟକୁ ସଫଳତାର ସହ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ପ୍ରାୟ ୩୫,୦୦୦ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ବର୍ତ୍ତମାନ ଏହି ଆଧୁନିକ ଉଦ୍ଭାବନଟି ସାରା ଗୁଜରାଟରେ ଚର୍ଚ୍ଚାର ଶିରୋନାମା ପାଲଟିଛି ।

Tags: