ଘରଚୋଲା ଶାଢି
ନିକଟରେ ନୀତା ଅମ୍ବାନୀଙ୍କ ଶାଢି ଖୁବ ଭାଇରାଲ ହେବାରେ ଲାଗିଛି । ସେ ନିକଟରେ ଏକ ଘରଚୋଲା ଶାଢି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଯାହାପରେ ଏହା ଏକ ଷ୍ଟେଟମେଣ୍ଟ ପାଲଟି ଯାଇଛି । ସମସ୍ତେ ଏହା ବିଷୟର ଜାଣିବା ପାଇଁ ଆଗ୍ରହ ଦେଖାଉଛନ୍ତି । ଘରଚୋଲା ଶାଢି କେବଳ ଏକ ଫ୍ୟାଶନ ଷ୍ଟେଟମେଣ୍ଟ ତାହା ନୁହେଁ ଏହା ଭାରତୀୟ ପରମ୍ପରାକୁ ଖୁବ ସୁନ୍ଦରଭାବେ ରିପ୍ରେଜେଣ୍ଟ କରିଥାଏ । ଏହା ବିଭିନ୍ନ ପ୍ରକାରର ସଂସ୍କୃତିକୁ ନିଜ ଭିତରେ […]
ନିକଟରେ ନୀତା ଅମ୍ବାନୀଙ୍କ ଶାଢି ଖୁବ ଭାଇରାଲ ହେବାରେ ଲାଗିଛି । ସେ ନିକଟରେ ଏକ ଘରଚୋଲା ଶାଢି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଯାହାପରେ ଏହା ଏକ ଷ୍ଟେଟମେଣ୍ଟ ପାଲଟି ଯାଇଛି । ସମସ୍ତେ ଏହା ବିଷୟର ଜାଣିବା ପାଇଁ ଆଗ୍ରହ ଦେଖାଉଛନ୍ତି ।
ଘରଚୋଲା ଶାଢି କେବଳ ଏକ ଫ୍ୟାଶନ ଷ୍ଟେଟମେଣ୍ଟ ତାହା ନୁହେଁ ଏହା ଭାରତୀୟ ପରମ୍ପରାକୁ ଖୁବ ସୁନ୍ଦରଭାବେ ରିପ୍ରେଜେଣ୍ଟ କରିଥାଏ । ଏହା ବିଭିନ୍ନ ପ୍ରକାରର ସଂସ୍କୃତିକୁ ନିଜ ଭିତରେ ଦର୍ଶାଇଥାଏ । ବିଶେଷଭାବେ ଗୁଜରାଟି ଓ ରାଜସ୍ଥାନୀ ସଂସ୍କୃତିକୁ ଏହି ଶାଢି ରିପ୍ରେଜେଣ୍ଟ କରିଥାଏ । ସେହିଭଳି ଏହାକୁ ବର୍ତ୍ତମାନ ବିବାହରେ ବିଶେଷଭାବେ ପିନ୍ଧୁଥିବାର ଦେଖିବାକୁ ମିଳୁଛି । ଘରଚୋଲା ଶବ୍ଦକୁ ଘର ଓ ପୋଷାକର ସମାହାରରେ ତିଆରି କରାଯାଇଛି । ଏହାର ନାଁ ଭଳି ଏହାର ରଙ୍ଗ ଓ ଡ଼ିଜାଇନ ମଧ୍ୟ ଖୁବ ୟୁନିକ ହୋଇଥାଏ । ଏହାକୁ ବିଶେଷଭାବେ ବିବାହ ପରର ଉତ୍ସବ ପାଇଁ ନବବିବାହିତାମାନେ ପିନ୍ଧିଥାନ୍ତି ।

କିଭଳି ହୋଇଥାଏ ପ୍ରସ୍ତୁତି
ଏହି ଶାଢିକୁ ପ୍ରସ୍ତୁତ କରିବା ପାଇଁ ଖୁବ ପରିଶ୍ରମ କରିବାକୁ ପଡିଥାଏ । ଏହାକୁ ବୁଣାକାରମାନେ ହାତରେ ବୁଣି ରଙ୍ଗଦେଇ ପ୍ରସ୍ତୁତ କରିଥାଆନ୍ତି । ପ୍ରଥମେ ଏହାର ଫାବ୍ରିକକୁ ଚୟନ କରାଯାଇଥାଏ । ଏହାକୁ ଶୁଦ୍ଧ ସିଲ୍କ କିମ୍ବା ସିଲ୍କ ଓ କଟନ ମିଶା ଫାବ୍ରିକରେ ପ୍ରସ୍ତୁତ କରାଯାଇଥାଏ । ଏହାପରେ ଏହି ଫାବ୍ରିକକୁ ବୁଣାଯିବା ଆରମ୍ଭ କରାଯାଇଥାଏ । ତେବେ ଏହି ଫାବ୍ରିକରୁ ଏମ୍ବ୍ରୋଡୋରୀ ସୁନା କିମ୍ବା ରୁପା ସୂତାରେ ବୁଣାଯାଇଥାଏ । ସେହିଭଳି ଏହି ଶାଢିରେ ବୁଣା ଯାଉଥିବା ପ୍ରତିଟି ପ୍ରତୀକର କିଛି ସାଂସ୍କୃତିକ ଅ୍ଥ ରହିଥାଏ । ଏହି ଶାଢିରେ ସ୍ବତନ୍ତ୍ର ଭାବେ ବିଭିନ୍ନ ପଶୁ, ପକ୍ଷୀ ଓ ଫୁଲର ଛବିକୁ ବୁଣାଯାଇଥାଏ । ଏହାପରେ ଏହାକୁ ବାନ୍ଧି ରଙ୍ଗ କରାଯାଇଥାଏ । ଯାହାସାହାଯ୍ୟରେ ସୁନ୍ଦର ସୁ୍ନ୍ଦର ଡଟ୍ ଓ ପାର୍ଟନ ପକାଯାଇଥାଏ । ଏହାପରେ ଶେଷରେ ଏହି ଶାଢିରେ ମିରର କିମ୍ବା ହାତରେ ଏମ୍ବ୍ରୋଡୋରୀ କରାଯାଇଥାଏ ଯାହା ଏହାର ସୁନ୍ଦରତାକୁ ବଢାଇଥାଏ ।

ବର୍ତ୍ତମାନ କିଛି ଶାଢିକୁ ଆଧୁନିକତାର ଛାପ ମଧ୍ୟ ଦିଆଯାଉଛି । ଯାହା ଏହାର ଟ୍ରେଣ୍ଡକୁ ଆହୁରି ବଢାଉଛି । ଏହାର ବିଭିନ୍ନ ଡିଜାଇନ୍ ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି । ସେହିଭଳି ଏହାର ରଙ୍ଗ ବିଶେଷଭାବେ ଆକର୍ଷଣୀୟ ହୋଇଥାଏ । ଏହାକୁ ଖୁବ ଭଲଭଲ ରଙ୍ଗ କମ୍ବିନେସନରେ ପ୍ରସ୍ତୁତ କରାଯାଇଥାଏ । ଯାହା ସବୁ ବୟସର ମହିଳାଙ୍କୁ ପସନ୍ଦ ଆସିଥାଏ । ଏଥିରେ ଆଧୁନିକତାର ଛାପ ଦିଆଯିବା ପାଇଁ କିଛି ପାର୍ଟନରେ ପରିବର୍ତ୍ତନ କରାଯାଇଛି । ତେବେ ଏହି ପରିବର୍ତ୍ତନ ମଧ୍ୟ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି ।




