ଭିଡିଓ ଗେମ ଖେଳିବାକୁ ମିଳୁଛି ଛୁଟି
କମ୍ପ୍ୟୁଟର ଆସେସରିଜ୍ ନିର୍ମାତା କମ୍ପାନୀ 'ଲୋଜିଟେକ୍' ଏହାର ୭,୦୦୦ କର୍ମଚାରୀଙ୍କୁ ଭିଡିଓ ଗେମ୍ ଖେଳିବା ପାଇଁ ଏକ ଦିନର ପେଡ୍ ଲିଭ୍ ବା ଦରମାଯୁକ୍ତ ଛୁଟି ପ୍ରଦାନ କରିଛି । ଯାହାକୁ କମ୍ପାନୀ 'ଲୋଜି ଗେମ୍ ଡେ' ଭାବରେ ନାମିତ କରିଛି ଏବଂ ଏଥିରେ ଇଣ୍ଟର୍ନରୁ ଆରମ୍ଭ କରି ସମସ୍ତ ରେଗୁଲାର କର୍ମଚାରୀଙ୍କୁ ପ୍ରଦାନ କରିଛି । ସେମାନେ ଆଗାମୀ ଏକ ବର୍ଷ ମଧ୍ୟରେ ଯେକୌଣସି ଦିନ ଏହି ଛୁଟି ନେଇ ଜିଟିଏ ୬ କିମ୍ବା ସେମାନଙ୍କ ପସନ୍ଦର ଯେକୌଣସି ଗେମ୍ ଖେଳିପାରିବେ ବୋଲି ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଆମେରିକୀୟ ସେନାର ୩ୟ ଇନଫାଣ୍ଟ୍ରି ଡିଭିଜନ୍ ମଧ୍ୟ ସୈନିକମାନଙ୍କୁ ଜିଟିଏ ୬ ଖେଳିବା ପାଇଁ ଚାରି ଦିନର ପାସ୍ ଘୋଷଣା କରିଛି । କାଲିଫର୍ନିଆର ବର୍ଗର ମୋଟର୍ସପୋର୍ଟସ୍ ଏକ ପୂର୍ଣ୍ଣ ଦିନ ପାଇଁ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଲୋଜିଟେକ୍ ସିଇଓ ହାନେକେ ଫାବର କହିଛନ୍ତି ଯେ ଗେମିଂକୁ ସମୟ ନଷ୍ଟ ଭାବୁଥିବା ମାନସିକତାକୁ ବଦଳାଇବା ଉଚିତ୍ । କାରଣ ଏହା କର୍ମଚାରୀଙ୍କ ସୃଜନଶୀଳତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥାଏ । ତେଣୁ ସେମାନେ ଏଭଳି ପ୍ରୟାସର ଆରମ୍ଭ କରିଥିବା ନେଇ ମତ ଦେଇଛନ୍ତି ।




