ଚିକିତ୍ସା କରିବାରୁ ଜେଲ ଦଣ୍ଡ

ଚିକିତ୍ସା କରିବାରୁ ଜେଲ ଦଣ୍ଡ
Ipsita Picture
By: Ipsita


ନିକଟରେ ଜଣେ ମହିଳା ପଶୁ ଚିକିତ୍ସକଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଛି । କୋର୍ଟ ତାଙ୍କୁ ୧୦ ଦିନର ଜେଲ ଦଣ୍ଡ ଶୁଣାଇଛନ୍ତି । ସୂଚନା ଅନୁସାରେ ୨୦୨୪ରେ ଉକ୍ତ ମହିଳାଙ୍କୁ ଗୋଟିଏ କାଫେ ପାଖରେ ୧୬ ବର୍ଷର ବୁଢା କୁକୁର ବନ୍ଧା ହେବା ଅବସ୍ଥାରେ ମିଳିଥିଲା । ତାଙ୍କୁ ଲାଗିଥିଲା କୁକୁରଟି ବହୁତ କଷ୍ଟରେ ଅଛି ତେଣୁ ସେ ତାକୁ ନିଜ ଚିକିତ୍ସାଳୟକୁ ନେଇଯାଇଥିଲେ । ଯେଉଁଠାରେ ସେ କୁକୁରର ପରିସ୍ରା ସଂକ୍ରମଣ ଓ ଦାନ୍ତର ଚିକିତ୍ସା କରିଥିଲେ । ଏହାପରେ ଯେତେବେଳେ ଏହାର ସତ ମାଲିକ କୁକୁରଟିକୁ ମହିଳାଙ୍କ ନିକଟରୁ ଫେରସ୍ତ ମାଗିଲା ମହିଳା ସେତେବେଳେ ଏହାକୁ ଦେବାକୁ ମନା କଲେ । ତେବେ ଏହାର କିଛି ବର୍ଷ କୁକୁରଟି ବୁଢା ହେବା ସହିତ ରୋଗିଣା ହୋଇ ଯାଇଥିଲା, ଯେଉଁ କାରଣରୁ ମହିଳା ଜଣଙ୍କ ତାକୁ ଇଚ୍ଛାମୃତ୍ୟୁ ଦେଇଥିଲେ । ହେଲେ ଏହାପରେ କୁକୁରର ମାଲିକ ତାଙ୍କ ବିରୋଧରେ କୋର୍ଟରେ ମାମଲା କରିଥିଲେ, ଯାହାର ଶୁଣାଣୀ କରି କୋର୍ଟ ଏହି ଦଣ୍ଡ ଦେଇଛନ୍ତି । ଯେହେତୁ ମହିଳା କିଛି ନଜଣାଇ କୁକୁରଟିକୁ ନେଇଥିଲେ ତେଣୁ ଏହାକୁ ଚୋରି ବୋଲି ଧରାଯାଇଥିଲା ।

Read More ନିଆରା ଚାକିରି

Tags: