ନିଶଦାଢି ପ୍ରତିଯୋଗିତା

ଜର୍ମାନୀ: ଜର୍ମାନୀରେ ନିଶଦାଢି ପ୍ରତିଯୋଗିତା-୨୦୨୧ ଆୟୋଜିତ ହୋଇଛି । ଏହି ନିଆରା ପ୍ରତିଯୋଗିତାକୁ ନେଇ ଲୋକମାନେ ବେଶ୍‌ ଉତ୍ସାହିତ ଥିବା ନଜର ଆସିଛନ୍ତି । ଜର୍ମାନୀ ବ୍ୟତୀତ ନେଦରଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ ଏବଂ ଇସ୍ରାଏଲର ଲୋକମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ପ୍ରତିଯୋଗିତାରେ ଭାଗ ନେଇଥିବା ଲୋକମାନେ ନିଜର ବଡ଼ ବଡ଼ ନିଶ ଏବଂ ଅଜବ ଦାଢିକୁ ପ୍ରଦର୍ଶିତ କରିଛନ୍ତି । ଜର୍ମାନୀର ଦକ୍ଷିଣ-ପୂର୍ବ ‘କସ୍‌ବେ ଏଙ୍ଗିଗ୍‌ ଅମ ଜେ’ଠାରେ ଏହି ମୁକାବିଲା ଅନୁଷ୍ଠିତ […]

Samaya Live Picture
Published On

ଜର୍ମାନୀ: ଜର୍ମାନୀରେ ନିଶଦାଢି ପ୍ରତିଯୋଗିତା-୨୦୨୧ ଆୟୋଜିତ ହୋଇଛି । ଏହି ନିଆରା ପ୍ରତିଯୋଗିତାକୁ ନେଇ ଲୋକମାନେ ବେଶ୍‌ ଉତ୍ସାହିତ ଥିବା ନଜର ଆସିଛନ୍ତି ।

 ନିଶଦାଢି ପ୍ରତିଯୋଗିତା

ଜର୍ମାନୀ ବ୍ୟତୀତ ନେଦରଲାଣ୍ଡ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ ଏବଂ ଇସ୍ରାଏଲର ଲୋକମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

 ନିଶଦାଢି ପ୍ରତିଯୋଗିତା

ତେବେ ପ୍ରତିଯୋଗିତାରେ ଭାଗ ନେଇଥିବା ଲୋକମାନେ ନିଜର ବଡ଼ ବଡ଼ ନିଶ ଏବଂ ଅଜବ ଦାଢିକୁ ପ୍ରଦର୍ଶିତ କରିଛନ୍ତି । ଜର୍ମାନୀର ଦକ୍ଷିଣ-ପୂର୍ବ ‘କସ୍‌ବେ ଏଙ୍ଗିଗ୍‌ ଅମ ଜେ’ଠାରେ ଏହି ମୁକାବିଲା ଅନୁଷ୍ଠିତ ହୋଇଛି, ଯେଉଁଠାରେ ଦର୍ଶକମାନେ ମଧ୍ୟ ଏପରି ନିଆରା ବ୍ୟକ୍ତିତ୍ୱଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।

 ନିଶଦାଢି ପ୍ରତିଯୋଗିତା

ଏଥିରେ ପ୍ରାୟ ୧୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅଷ୍ଟ୍ରିଆରୁ ‘ନୋର୍ବଟ ଡୋପ୍‌’ ମଧ୍ୟ ଜର୍ମାନୀ ନିଶଦାଢି ଚାମ୍ପିଅନସିପ୍‌ ୨୦୨୧ ପାଇଁ ଆସିଥିଲେ, ହେଲେ ତାଙ୍କର ଗେଟ୍‌ଅପ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 ନିଶଦାଢି ପ୍ରତିଯୋଗିତା

ଡୋପ୍‌ଙ୍କ ପ୍ରାକୃତିକ ନିଶ, ଟ୍ରିମ୍‌ କରାଯାଇଥିବା ଦାଢିକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି । ତେବେ ଏହି ପ୍ରତିଯୋଗିତାର ଖାସ୍‌ କଥା ହେଉଛି ଏହି ପ୍ରତିଯୋଗୀମାନେ କୌଣସି ପ୍ରକାରର ଜେଲ୍‌ ପରି ପ୍ରସାଧାନ ସାମଗ୍ରୀ ଲଗାଇ ନଥାନ୍ତି ।

 ନିଶଦାଢି ପ୍ରତିଯୋଗିତା

ଜର୍ମାନୀର ଇଷ୍ଟ ବାଭାରିଆନ ବିୟର୍ଡ ଆଣ୍ଡ୍‌ ମୁଷ୍ଟାଚ୍‌ କ୍ଲବ ପ୍ରତିବର୍ଷ ଏହି ମୁକାବିଲାର ଆୟୋଜନ କରିଥାଏ ।

 ନିଶଦାଢି ପ୍ରତିଯୋଗିତା

ତେବେ ଚାମ୍ପିଅନସିପ୍‌ରେ ବିଜୟୀ ହେବା ପାଇଁ ପ୍ରତିଯୋଗୀଙ୍କୁ ଜର୍ମାନୀ ମୁଷ୍ଟାଚ କ୍ଲବର ସଦସ୍ୟତା ଗ୍ରହଣ କରିବାକୁ ପଡ଼ିଥାଏ ନଚେତ୍‌ ଜର୍ମାନୀର ନାଗରିକ ହେବାକୁ ପଡ଼ିଥାଏ ।