ଜେନ୍‌ ଜେଡ ଡାକଘର

ଜେନ୍‌ ଜେଡ ଡାକଘର
Ipsita Picture
By: Ipsita
Published On


ଆଜିକାଲି ଇଣ୍ଟନେଟର ଯୁଗରେ ପୋଷ୍ଟ ଅଫିସର ବ୍ୟବହାର ଯେପରି ବନ୍ଦ ହିଁ ହୋଇଯାଇଛି । ସେଥିପାଇଁ ବର୍ତ୍ତମାନ ଡାକବିଭାଗ ଅନେକ ସେବାକୁ ବନ୍ଦ ମଧ୍ୟ କରି ସାରିଛି । ତେବେ ବାଙ୍ଗାଲୁରୁରୟୁନିଭର୍ସିଟି କ୍ୟାମ୍ପସରେ ଡାକ ବିଭାଗର ଏକ ନିଆରା ପଦକ୍ଷେପ ସାମନାକୁ ଆସିଛି । ଏଠାରେ ଜେନ୍‌ ଜେଡଙ୍କ ପାଇଁ ଏକ ପୋଷ୍ଟ ଅଫିସ ଖୋଲା ଯାଇଛି । କର୍ଣ୍ଣାଟକ ଡାକ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଯୁବ ପିଢିଙ୍କୁ ଡାକସେବା ପ୍ରତି ଆକୃଷ୍ଟ କରିବାକୁ ନିଆଯାଇଛି । ତେଣୁ ବର୍ତ୍ତମାନ ଡାକ ବିଭାଗ ପୁଣିଥରେ ଯୁବପିଢି, ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପଦକ୍ଷେପ ନେଇଛି । ବିଶେଷଭାବେ ଏହି ଡାକଘରକୁ ଜେନ୍‌ ଜେଡଙ୍କୁ ଆଖିରେ ରଖି ନିର୍ମାଣ କରାଯାଇଛି । ଏଥିରେ ସମସ୍ତ ସୁବିଧା ଯେପରି ଓ୍ୱାଇଫାଇ, ବସିବା ପାଇଁ ସ୍ଥାନ, ଲାପଟପ ମୋବାଇଲ ଚାର୍ଜିଂ, କଫି ଭେଣ୍ଡିଂ ମେସିନ ଆଦିର ସୁବିଧା ରହିଛି । କ୍ୟୁଆର କୋଡ ପେମେଣ୍ଟ ସିଷ୍ଟମ, ମାଇ ଷ୍ଟାମ୍ପ ଭଳି କାଉଣ୍ଟରର ସୁବିଧା ମଧ୍ୟ ରହିଛି । ତେଣୁ ଏହା ଯୁବପିଢିଙ୍କୁ ଖୁବ ଭଲ ଲାଗିବ ବୋଲି ବିଭାଗ ଆଶା ରଖିଛି ।

Tags: