ସନ୍ତାନ ଚାହୁଁନାହାନ୍ତି ଜେନ୍ ଜେଡ୍ !

ସନ୍ତାନ ଚାହୁଁନାହାନ୍ତି ଜେନ୍ ଜେଡ୍ !
Ipsita Picture
By: Ipsita
Published On

 

ସନ୍ତାନ କରିବା ନକରିବା ଏକ ବ୍ୟକ୍ତିଗତ ନିଷ୍ପତ୍ତି । ତେବେ ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ସହରୀ ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି ସର୍ଭେ ଅନୁସାରେ ୧୮ ପ୍ରତିଶତ ଜେନ୍-ଜେଡ ସନ୍ତାନ ଚାହୁଁନାହାନ୍ତି । ଭାରତର ମହାନଗରଗୁଡ଼ିକରେ ଏବେ ଯୁବ ଦମ୍ପତିଙ୍କ ମଧ୍ୟରେ ସନ୍ତାନହୀନ ରହିବାର ଏକ ନୂଆ ଟ୍ରେଣ୍ଡ୍ ଦ୍ରୁତଗତିରେ ବଢିବାରେ ଲାଗିଛି ବୋଲି ଜଣା ପଡିଛି । ଏମାନେ ବୈବାହିକ ଜୀବନରେ ପିଲାମାନଙ୍କ ଅପେକ୍ଷା ନିଜର କ୍ୟାରିୟର, ସ୍ୱାଧୀନତା ଏବଂ ଜୀବନଶୈଳୀକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ନିକଟରେ ହୋଇଥିବା ବିଭିନ୍ନ ସର୍ଭେ ଅନୁଯାୟୀ, ପ୍ରାୟ ୧୮ ପ୍ରତିଶତ 'ଜେନ୍- ଜେଡ ମହିଳା ସନ୍ତାନ ଜନ୍ମ କରିବାକୁ ଚାହୁଁନଥିବା ବେଳେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରରେ ପ୍ରାୟ ୨୭ ପ୍ରତିଶତ ଦମ୍ପତି ନିଜ ଇଚ୍ଛାରେ ନିସନ୍ତାନ ରହିବାକୁ ପସନ୍ଦ କରୁଛନ୍ତି । ଏହି ପରିବର୍ତ୍ତନ ଯୋଗୁଁ ବଜାରରେ 'ଡିଙ୍କ୍ୱାଡ୍' (ପୋଷା କୁକୁର ସହ ସନ୍ତାନହୀନ ଦମ୍ପତି) ଏବଂ 'ଡିସ୍କ' (ଗୋଟିଏ ସନ୍ତାନ ଥିବା ଦମ୍ପତି) ଭଳି ନୂଆ ବର୍ଗ ସୃଷ୍ଟି ହୋଇଛି । ତେବେ ବିଶେଷଜ୍ଞଙ୍କ ମତରେ, ବଢୁଥିବା ମହଙ୍ଗା ପରିସ୍ଥିତି ଏବଂ ବିଭିନ୍ନ ପ୍ରକାର ଚାପ କମାଇବା ପାଇଁ ଅନେକ ଯୁବପିଢ଼ି 'ଚାଇଲ୍ଡ ଫ୍ରି ଇଣ୍ଡିଆ' ଭଳି ନାରାକୁ ସମର୍ଥନ କରୁଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ମିଶ୍ରିତ ମତାମତ ଦେଖିବାକୁ ମିଳୁଛି । କିଛି ଏହାକୁ ସମର୍ଥନ କରୁଥିବାବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ ଟ୍ରେଣ୍ଡ ଯାହା ହେଉ ନା କାହିଁକି ସନ୍ତାନ କରିବା ନକରିବା ସବୁବେଳେ ଏକ ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ ।

Tags: