ମନକୁ ଶାନ୍ତ କରେ ଗାୟତ୍ରୀ ମନ୍ତ୍ର

ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ଖୁବ ଅଧିକ । ପ୍ରାୟ ସମସ୍ତେ ଏହି ମନ୍ତ୍ର ଜାଣିବା ସହିତ ଜପ ମଧ୍ୟ କରିଥାଆନ୍ତି । ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଆମେ ଭଗବାନଙ୍କର ଅଧିକ ନିକଟତର ହୋଇଥାଉ ବୋଲି ବିଶ୍ୱାସ ରହିଛି । ଗାୟତ୍ରୀଙ୍କ ପୂଜା ଯେକୌଣସି ପରିସ୍ଥିତି କିମ୍ବା ଯେକୌଣସି ସମୟରେ ମଧ୍ୟ କଲେ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ । ଏହି ପୂଜାକୁ ବିଧିପୂର୍ବକୁ କରନ୍ତୁ, ଘରେ ଶାନ୍ତି ଆସିବ । ଘରେ କୌଣସି […]

Samaya Live Picture
Published On

ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ଖୁବ ଅଧିକ । ପ୍ରାୟ ସମସ୍ତେ ଏହି ମନ୍ତ୍ର ଜାଣିବା ସହିତ ଜପ ମଧ୍ୟ କରିଥାଆନ୍ତି । ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଆମେ ଭଗବାନଙ୍କର ଅଧିକ ନିକଟତର ହୋଇଥାଉ ବୋଲି ବିଶ୍ୱାସ ରହିଛି । ଗାୟତ୍ରୀଙ୍କ ପୂଜା ଯେକୌଣସି ପରିସ୍ଥିତି କିମ୍ବା ଯେକୌଣସି ସମୟରେ ମଧ୍ୟ କଲେ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ । ଏହି ପୂଜାକୁ ବିଧିପୂର୍ବକୁ କରନ୍ତୁ, ଘରେ ଶାନ୍ତି ଆସିବ । ଘରେ କୌଣସି କାର୍ଯ୍ୟ ଅଧୁରା ରହିଥିଲେ ପୂରଣ ହେବ । ଘରେ ଆର୍ଥିକ ସମସ୍ୟାର ସମାଧାନ ହେବ । ତେବେ ଏହାକୁ ସକାଳୁ ଜପ କରିବା ଦ୍ୱାରା ମନ ଶାନ୍ତି ରହିବା ସହିତ ଦିନ ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି । ଏହାକୁ ଜପମାଳା ସହ ଜପ କରନ୍ତୁ, ଅଧିକ ଶାନ୍ତି ମିଳିବ । ତେବେ ଏହାକୁ ସବୁବେଳେ ମନ ମଧ୍ୟରେ ଜପ କରିଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Tags: