ଯୌତୁକରେ ରସୁଣ
By: Ipsita
ସମ୍ବନ୍ଧିତ ଖବର ନୂଆ ପ୍ରଜାତିର ବେଙ୍ଗ
ଚୀନରେ ସବୁବେଳେ ଦେଖିବାକୁମିଳେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ରଧରଣର ବିବାହ ପରମ୍ପରା ଅନୁକରଣ କରାଯାଇଥାଏ । ସେହିଭଳି ଏକ ପରମ୍ପରା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଚୀନର କିଛି ଅଂଶରେ ମହିଳାମାନେ ଯୌତୁକରେ ରସୁଣ ସାଙ୍ଗରେ ନେଇଥାଆନ୍ତି । ଦକ୍ଷିଣ ଚୀନରେ ବାସ କରୁଥିବା ହକ୍କା ସମୁଦାୟର କନ୍ୟାମାନେ ଏହି ପରମ୍ପରାକୁ ଅନୁକରଣ କରିଥାଆନ୍ତି । ଚୀନ ଭାଷାରେ ରସୁଣକୁ ସୁଆନ କୁହାଯାଇଥାଏ । ଏହାର ଅର୍ଥ କନ୍ୟା ଘରର ଖର୍ଚ୍ଚକୁ ଖୁବ ବୁଝିବିଚାରି ସମ୍ଭାଳିବାର ଅଛି, ଯାହାଫଳରେ ଘରର ଆର୍ଥିକ ସ୍ଥିତି ମଜବୁତ ରହିବ । କେବଳ ରସୁଣ ନୁହଁ କନ୍ୟାମାନଙ୍କୁ ବିବାହଦିନ ଲାଲ ରଙ୍ଗର କପଡାରେ ଅନେକ ପନି ପରିବା ବାନ୍ଧି ଦିଆଯାଇଥାଏ ।
ସମ୍ବନ୍ଧିତ ଖବର ସଫା ସିନା ସ୍ବଚ୍ଛ ନୁହେଁ
Tags:



