ଗେମିଂ ଡିସଅର୍ଡର

ଗେମିଂ ଡିସଅର୍ଡର
Ipsita Picture
By: Ipsita
Published On

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଗେମିଂ ଉପରେ ନିୟନ୍ତ୍ରଣ ହରାଇବା, ପାଠପଢ଼ା ଓ ପରିବାର ଅପେକ୍ଷା ଗେମ୍କୁ ଅଧିକ ମହତ୍ତ୍ୱ ଦେବା ଏବଂ କ୍ଷତି ଜାଣି ମଧ୍ୟ ଏହାକୁ ଜାରି ରଖିବା ହେଉଛି ଗେମିଂ ଡିସଅର୍ଡରର ଲକ୍ଷଣ । ଆଜିକାଲି ଅନେକଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି । ଅନେକ ଯୁବପିଢି ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି ।  ମନୋବିଜ୍ଞାନ ଅନୁସାରେ, ଏହି ଗେମ୍ଗୁଡ଼ିକ ମସ୍ତିଷ୍କର ରିୱାର୍ଡ ସିଷ୍ଟମ୍କୁ ସକ୍ରିୟ କରି ଡୋପାମିନ୍ନାମକ କେମିକାଲ୍ ନିର୍ଗତ କରନ୍ତି । ଯାହା ବାରମ୍ବାର ସେହି ଆନନ୍ଦ ପାଇବା ପାଇଁ ଜଣକୁ ଅଧିକ ସମୟ ଖେଳିବାକୁ ବାଧ୍ୟ କରେ ଏବଂ ନଖେଳିଲେ ଚିଡ଼ିଚିଡ଼ା ଓ ବେଚେନୀ ସୃଷ୍ଟି କରେ । ଏହା କେବଳ ଖେଳିବାର ଜିଦ୍ନୁହେଁ, ବରଂ ମସ୍ତିଷ୍କର ଏକ ସ୍ୱାଭାବିକ ପ୍ରତିକ୍ରିୟା, ଯାହା ପ୍ରମାଣ କରେ ଯେ ଗେମ୍ ଆପଣଙ୍କୁ ନିୟନ୍ତ୍ରଣ କରୁଛି । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଏକ ସେଲ୍ଫ ଆସେସମେଣ୍ଟ ଟେଷ୍ଟକରିପାରିବେ ଏବଂ ଏହା ସହ କଗ୍ନିଟିଭ୍ ବିହେଭିୟର ଥେରାପି  ଆଧାରିତ ପ୍ଲାନ୍ ଆପଣାଇ ପାରିବେ । ଯେଉଁଥିରେ ହଠାତ୍ ଗେମ୍ ନଛାଡ଼ି ଏକ ଗେମିଂ ଡାଏରୀରେ ନିଜ ଖେଳିବାର ସମୟ ଓ ମନର ସ୍ଥିତି ଲେଖିବାକୁ ହେବ ଏବଂ ନିଜର ଟ୍ରିଗର୍ସ’ (ଯେପରିକି ଏକାକୀପଣ, ଚାପ କିମ୍ବା ବିରକ୍ତିଭାବ) ଚିହ୍ନଟ କରିବାକୁ ହେବ । କାରଣ ଗେମିଂ ଅନେକ ସମୟରେ କୌଣସି ଆବେଗିକ ଆବଶ୍ୟକତା ପୂରଣର ମାଧ୍ୟମ ସାଜିଥାଏ, ଯାହାର ପ୍ୟାଟର୍ନ ବୁଝିବା ଦ୍ୱାରା ହିଁ ଏହି ନିଶାରୁ ସହଜରେ ମୁକ୍ତି ମିଳିପାରିବ। ତେବେ ଏଥିରୁ ମୁକ୍ତି ପାଇଁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।

Tags: